(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସୋମବାର ଦିନ ଗୃହମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଗସ୍ତରେ ଥିବା ବେଳେ ଗାନ୍ଧିନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଛନ୍ତି ଯେ ସାରା ଦେଶରେ ନାର୍କୋ ଟେରରିଜମ ଆଶଙ୍କା ଦେଖାଦେଇଛି ଏବଂ ଏହାକୁ ରୋକିବା ଅତ୍ୟନ୍ତ ଜରୁରୀ। ଥାର୍ଡ ଡିଗ୍ରୀ ଦଣ୍ଡ ଦେବାର ଯୁଗ ଆଉ ନ ଥିବାରୁ ଦେଶରେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି ବୋଲି ଶାହା କହିଛନ୍ତି। ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିରେ ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥର ଅନୁସନ୍ଧାନ ଏବଂ ବିଶ୍ଳେଷଣ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଉଦଘାଟନ କରିବା ଅବସରରେ ସେ ଏହି ବୟାନ ଦେଇଛନ୍ତି।
ଏହି ଅବସରରେ ସେ କହିଛନ୍ତି, “ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦ୍ୱିତୀୟ ପାଳିରେ ସରକାର ଗଠନ ହେଲା, ସେତେବେଳେ ଆମେ ସ୍ଥିର କରିଥିଲୁ ଯେ ଏହି କେନ୍ଦ୍ର ସରକାର ଗୁଜରାଟର ଫୋରେନସିକ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ଆବଶ୍ୟକ । ମୁଁ ନିଶ୍ଚିତ ଯେ ଏହି ବିଶ୍ୱବିଦ୍ୟାଳୟ ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ହେବ। “
ଦେଶ ସାମ୍ନାରେ ନାର୍କୋ ଟେରରିଜମ୍ ର ସଙ୍କଟ
ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, “ଦେଶ ପୂର୍ବରୁ ନାର୍କୋ ଟେରରିଜମର ସାମ୍ନା କରି ଆସୁଛି। ତେଣୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଦେଶକୁ ଏଥିରୁ ରକ୍ଷା କରିବାର ଆବଶ୍ୟକତା ରହିଛି। ଏହାକୁ ରୋକିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।” ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଥାର୍ଡ ଡିଗ୍ରୀ ଦେବାର ସମୟ ନୁହେଁ। ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବାର ଆବଶ୍ୟକତା ରହିଛି। ଏଥିରେ ଫୋରେନସିକ୍ ବିଜ୍ଞାନ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆମର ଅନୁସନ୍ଧାନ ବୈଜ୍ଞାନିକ ଭିତ୍ତିରେ ହେବା ଉଚିତ୍ ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।
ନାର୍କୋ-ଟେରରିଜମ କ’ଣ ?
ନାର୍କୋ ଟେରରିଜମ ଅର୍ଥ ହେଉଛି ଡ୍ରଗ୍ସ ଚୋରା ଚାଲାଣ ଏବଂ ବେଆଇନ ବ୍ୟବହାର। ବେଆଇନ ଡ୍ରଗ୍ ବ୍ୟବହାର ଅନୁମତିପ୍ରାପ୍ତ ନୁହେଁ । କିନ୍ତୁ ବେଆଇନ ଡ୍ରଗସ୍ ମାର୍କେଟ ବହୁତ ବଡ । ନିଶା କାରବାର ଘଟଣା ପ୍ରତିଦିନ ଘଟୁଛି। ନିକଟରେ ରାଜସ୍ଥାନର ଅଜମେର ପୋଲିସ ଦ୍ୱାରା 70 କୋଟି ଡ୍ରଗ୍ସ ଚୋରା ଚାଲାଣ ମାମଲାରେ 95 ଗ୍ରାମ ଡ୍ରଗ୍ସ ସହ ଜଣେ ମହିଳା ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା। ଦେଶର ବିଭିନ୍ନ ରାଜ୍ୟରେ ଏଭଳି ଅନେକ ଅଭିଯୋଗର ସୂଚୀ ରହିଛି।