(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଖୁବଶୀଘ୍ର ଏକ ଆଇନ ଆଣିବାକୁ ଯାଉଛନ୍ତି। ଏଥି ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି ଏବଂ ଜୁଲାଇ ୧୯ ସୁଦ୍ଧା ଜନସାଧାରଣଙ୍କ ମତାମତ ଲୋଡାଯାଇଛି । ଏହି ନୂତନ ଡ୍ରାଫ୍ଟ ଅନୁଯାୟୀ ଏଥିରେ ଗୋଟିଏ କିମ୍ବା ଦୁଇଟି ସନ୍ତାନଙ୍କୁ ଜନ୍ମ ଦେଇଥିବା ବାପା ମା’ଙ୍କୁ ସରକାର ସ୍ୱତନ୍ତ୍ର ସହାୟତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି। ସେହିପରି ଦୁଇରୁ ଅଧିକ ସନ୍ତାନ ଥିବା ପିତା ମାତାଙ୍କୁ ସରକାରୀ ଯୋଜନାରୁ ବଞ୍ଚିତ କରିବା ପାଇଁ ନୂଆ ଡ୍ରାଫ୍ଟ ବିଲ୍ରେ ବ୍ୟବସ୍ଥା ରହିଛି। ଉତ୍ତରପ୍ରଦେଶରେ ସୀମିତ ସମ୍ବଳ ହେତୁ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲ୍ ଅଣାଯାଇଥିବା କୁହାଯାଇଛି।
ଏହି ଅଧିନିୟମକୁ ଉତ୍ତରପ୍ରଦେଶ ଜନସଂଖ୍ୟା (ନିୟନ୍ତ୍ରଣ, ସ୍ଥିରତା ଏବଂ କଲ୍ୟାଣ) ଅଧିନିୟମ, 2021 କୁହାଯିବ । ଗେଜେଟ ନୋଟିଫିକେସନ୍ ରେ ପ୍ରକାଶିତ ତାରିଖର ଏକ ବର୍ଷ ପରେ ଏହା କାର୍ଯ୍ୟକାରୀ ହେବ । ଜୁଲାଇ 11 କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବରେ ପାଳନ କରାଯାଉଥିବା ବେଳେ ଏହି ଅବସରରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୂତନ ଜନସଂଖ୍ୟା ନୀତି 2021-30 ପ୍ରକାଶ କରିବେ।
ଦୁଇଟି ସନ୍ତାନ ଥିବା ପରିବାରମାନଙ୍କୁ ମିଳିବ ପ୍ରୋତ୍ସାହନ
ନୂତନ ଡ୍ରାଫ୍ଟ ବିଲ୍ ଅନୁଯାୟୀ, ଦୁଇରୁ ଅଧିକ ସନ୍ତାନ ନିୟମ ଉଲ୍ଲଂଘନକାରୀମାନେ ସରକାରୀ ଯୋଜନାର ଲାଭରୁ ବଞ୍ଚିତ ରହିବେ ଏବଂ ରାସନ ସାମଗ୍ରୀକୁ ୪ ଜଣଙ୍କ ମଧ୍ୟରେ ସୀମିତ ରଖାଯିବ। ସ୍ଥାନୀୟ ନିର୍ବାଚନରେ ସେମାନେ ଭାଗ ନେଇପାରିବେ ନାହିଁ। ସେହିପରି ୨ରୁ ଅଧିକ ସନ୍ତାନ ଥିବା ବାପା ମା’ ସରକାର ଚାକିରି ପାଇଁ ଆବେଦନ କରିପାରିବେ ନାହିଁ ବୋଲି ସରକାର ପ୍ରସ୍ତୁତ କରିଥିବା ଡ୍ରାଫ୍ଟରେ ଉଲ୍ଲେଖ କରିଛନ୍ତି। ଏହି ଡ୍ରାଫ୍ଟ ବିଲ୍କୁ ଲ’ କମିଶନଙ୍କ ୱେବସାଇଟ୍ରେ ଅପଲୋଡ କରାଯାଇଛି।
ଦୁଇଟି ସନ୍ତାନ ରଖୁଥିବା ବାପା ମା’ଙ୍କୁ ଚାକିରିରେ ଦୁଇଥର ଅତିରିକ୍ତ ଭାବେ ଦରମା ବୃଦ୍ଧି କରାଯିବାର ପ୍ରାବଧାନ ରହିଛି । ସେହିପରି ଘର କିମ୍ବା ପ୍ଲଟ କିଣିବା ବେଳେ ସବସିଡି, ବିଜୁଳି ବିଲ୍ ଓ ପାଣି ବିଲ୍ରେ ସବସିଡି ଏବଂ ଜାତୀୟ ପେନସନ ଯୋଜନାରେ ଇପିଏଫ ଉପରେ ୩% ଅଧିକ ଆର୍ଥିକ ସହାୟତା ଦିଆଯିବ। ଗୋଟିଏ ସନ୍ତାନ ଥିବା ବାପା ମା’ଙ୍କୁ ଆହୁରି ଅଧିକ ସରକାରୀ ସୁବିଧା ସୁଯୋଗ ମିଳିବ। ଏଭଳି ବାପା ମା’ଙ୍କ ଦରମା ୪ଥର ଅତିରିକ୍ତ ଭାବେ ବୃଦ୍ଧି କରାଯିବ। ସେମାନଙ୍କ ସନ୍ତାନଙ୍କୁ ୨୦ ବର୍ଷ ହେବା ଯାଏ ସରକାର ମାଗଣା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବେ।
ଏକକ ଶିଶୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଏବଂ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ ନୁହେଁ ବରଂ ସମସ୍ତ ଶିକ୍ଷାନୁଷ୍ଠାନରେ ଆଡମିଶନ ସମୟରେ ଅଗ୍ରାଧିକାର ଦିଆଯିବ। ଗ୍ରାଜ୍ୟୁଏସନ ଯାଏ ସରକାର ପାଠପଢ଼ାର ସମସ୍ତ ଖର୍ଚ୍ଚ ବହନ କରିବେ।ସରକାରୀ ଚାକିରିରେ ନଥାଇ ମଧ୍ୟ ଦୁଇ ସନ୍ତାନ ନିୟମକୁ ପାଳନ କରୁଥିବା ଲୋକଙ୍କୁ ଉତ୍ତର ପ୍ରଦେଶ ସରକାର ପାଣି, ବିଜୁଳି, ଘର ଟିକସ, ଗୃହ ଋଣ ଭଳି କ୍ଷେତ୍ରରେ ସବସିଡି ଦେବେ।
ରାଜ୍ୟ ଜନସଂଖ୍ୟା ପାଣ୍ଠି ଗଠନ ହେବ :-
ଏହି ବିଲ୍ ସେହି ଦମ୍ପତିମାନଙ୍କୁ ପୁରସ୍କୃତ କରିବ ଯେଉଁମାନେ ଦୁଇଟି ସନ୍ତାନ କିମ୍ବା ଗୋଟିଏ ପରେ “ସ୍ୱେଚ୍ଛାକୃତ ନିରାକରଣ” କରନ୍ତି । ଡ୍ରାଫ୍ଟ ବିଲ୍ ଅନୁଯାୟୀ , “(କ) A କୁ ନିୟନ୍ତ୍ରଣ କରୁଥିବା ବ୍ୟକ୍ତିଗତ ନିୟମ ବହୁବିବାହକୁ ଅନୁମତି ଦିଏ । A ର ଯଦି ତିନୋଟି ପତ୍ନୀ B, C ଏବଂ D ଅଛନ୍ତି ତେବେ A ଏବଂ B, A ଏବଂ C, ଏବଂ A ଏବଂ D କୁ ତିନିଟି ଭିନ୍ନ ବିବାହିତ ଦମ୍ପତି ଭାବରେ ଗଣାଯିବ । ପିଲାମାନଙ୍କର ସଂଖ୍ୟା ଗଣନା ଉଦ୍ଦେଶ୍ୟରେ ଏହାକୁ ଗୋଟିଏ ବିବାହିତ ଦମ୍ପତି ଭାବରେ ଗଣିତ ହେବ । ଉଦାହରଣ ସ୍ୱରୂପ, A ର B ସହ ଗୋଟିଏ ପିଲା, C ସହ ଦୁଇଟି ପିଲା ଏବଂ D ସହିତ ଗୋଟିଏ ପିଲା ତେବେ A ର ମୋଟ ପିଲା ଚାରି ହେବ । (ଖ) B ର ଦୁଇଟି ସ୍ୱାମୀ A ଏବଂ C ତେବେ B ଏବଂ A ଗୋଟିଏ ବିବାହିତ ଦମ୍ପତି ଭାବରେ ଗଣାଯିବ । B ଏବଂ C ଅନ୍ୟ ଏକ ବିବାହିତ ଦମ୍ପତି ଭାବରେ ଗଣାଯିବ। ”