ନାରଦା ଘୋଟାଲାର ଆରୋପୀ ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିଲେ ସଲିସିଟର ଜେନେରାଲ ତୁଷାର ମେହେଟା : ପିଏମଙ୍କୁ ଚିଠି ଲେଖି ବହିଷ୍କାର ଦାବି କଲା ଟିଏମସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ନାରଦା ଘୋଟାଲାର ଆରୋପୀ ତଥା ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଭେଟିବା ଅଭିଯୋଗରେ ଏବେ ଅଡୁଆରେ ପଡିଛନ୍ତି ଦେଶର ସଲିସିଟର ଜେନେରାଲ ତୁଷାର ମେହେଟା । ଶୁଭେନ୍ଦୁ ଅଧିକାରୀଙ୍କ ସହ ଏହି ମେହେଟାଙ୍କ ଏହି ଭେଟଘାଟକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି। ଟିଏମସି ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି। ଟିଏମସିର ୩ ଜଣ ସାଂସଦ ଡେରେକ ଓ’ବ୍ରାଇନ୍, ସୁଖେନ୍ଦୁ ଶେଖର ରୟ ଏବଂ ମହୁଆ ମୋଇତ୍ରା ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ତୁଷାର ମେହେଟ୍ଟାଙ୍କ ବହିଷ୍କାର ଦାବି କରିଛନ୍ତି। ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଏକାଧିକ ଦୁର୍ନୀତି ଅଭିଯୋଗ ରହିଥିବା ବେଳେ ସିବିଆଇ ନାରଦା ମାମଲାର ତଦନ୍ତ କରୁଛି। ସିବିଆଇ ପକ୍ଷରୁ ମାମଲା ଦେଶର ସଲିସିଟିର ଜେନେରାଲ ଭାବେ ତୁଷାର ମେହେଟା ଲଢ଼ୁଛନ୍ତି। ତେଣୁ ଏଭଳି ସ୍ଥିତିରେ ଦେଶର ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ଶୁଭେନ୍ଦୁ ଅଧିକାରୀ ବ୍ୟକ୍ତିଗତ ଭାବେ ଭେଟିବାକୁ ଟିଏମସି ବିରୋଧ କରିଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ତୁଷାର ମେହେଟା କହିଛନ୍ତି ଯେ ଶୁଭେନ୍ଦୁ ଅଧିକାରୀ ବିନା ନିମନ୍ତ୍ରଣରେ ଅଫିସରେ ପହଞ୍ଚିଥିଲେ । ତେବେ ଟିଏମସି ସାଂସଦମାନେ ପିଏମଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ , “ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଥିବା ଏକାଧିକ ଅପରାଧିକ ମାମଲାର ତଦନ୍ତ ସିବିଆଇ କରୁଛି। ଏବଂ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ଏହି ମାମଲାରେ ପକ୍ଷ ରଖୁଛନ୍ତି। ତେଣୁ ମହେଟାଙ୍କ ସହ ଅଧିକାରୀଙ୍କ ସାକ୍ଷାତକାର ତାଙ୍କ ପଦର ନିରପେକ୍ଷତା ପ୍ରତି ପ୍ରଶ୍ନ ଉଠାଇଛି। ତେଣୁ ମେହେଟ୍ଟାଙ୍କୁ ଦେଶର ସଲିସିଟର ଜେନେରାଲ ପଦରୁ ତୁରନ୍ତ ବିଦା କରାଯିବା ଉଚିତ।”

Related Posts