ଭାରତକୁ ବିଜେପିର ମିଥ୍ୟା ସ୍ଲୋଗାନ ନୁହେଁ ବରଂ ସମ୍ପୂର୍ଣ୍ଣ ଟୀକାକରଣର ଅବଶ୍ୟକ : ରାହୁଲ ଗାନ୍ଧୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୀକାକରଣକୁ ନେଇ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଟିକା ଅଭାବରୁ ଭାରତରେ ସିଥୀଳ ପଡିଯାଇଥିବା ଟିକାକରଣ ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଟୀକାକରଣର ଅବଶ୍ୟକତା ରହିଛି। ଏଥିପାଇଁ ବିଜେପିର ମିଛ ସ୍ଲୋଗାନର ଆବଶ୍ୟକତା ନାହିଁ। ଭାରତରେ କୋଭିଡ୍ ର ଦ୍ଵିତୀୟ ଲହରରେ ଦେଖାଦେଇଥିବା ଅବ୍ୟବସ୍ଥାକୁ ନେଇ ସେ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି , କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାବମୂର୍ତ୍ତିକୁ ବଞ୍ଚାଇବାକୁ ଯାଇ ସଂକ୍ରମଣ ବୃଦ୍ଧି ପାଉଛି ଏବଂ ଏଥିପାଇଁ ଲୋକଙ୍କ ଜୀବନ ଚାଲିଯାଉଛି।

କଂଗ୍ରେସ ନେତା ଟ୍ୱିଟ କରି କହିଛନ୍ତି, “ ମୋଦୀ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଭାରତରେ ଦେଖାଦେଇଥିବା ଟିକା ଅଭାବକୁ ଦୃଷ୍ଟିରେ ରଖି ବିଜେପିର ମିଥ୍ୟା ସ୍ଲୋଗାନ ନୁହେଁ ବରଂ ଭାରତରେ ଖୁବ୍ ଶୀଘ୍ର ଏବଂ ସଂପୂର୍ଣ୍ଣ ଟୀକାକରଣ ଆବଶ୍ୟକ ରହିଛି। ” ପୂର୍ବରୁ ମଧ୍ୟ ଟୀକାକରଣ ଏବଂ କୋଭିଡ ସମ୍ପର୍କିତ ଅନ୍ୟାନ୍ୟ ସମସ୍ୟା ଉପରେ ସେ କେନ୍ଦ୍ର ସରକାରଙ୍କୁ ଲଗାତର ଟାର୍ଗେଟ କରି ଆସୁଛନ୍ତି। ସେହିପରି ମହାମାରୀ,ଦରବୃଦ୍ଧି, ବେକାରୀ ପ୍ରସଙ୍ଗରେ ମଧ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି।

Related Posts