ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟା ଓ ତାଙ୍କ ମାମୁଁ ଘରୋଇ ଡାକ୍ତରଖାନାରେ ଟିକା ଦେବା ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ : ଉଭୟଙ୍କ ଗିରଫଦାରୀ ଦାବି କଲା କଂଗ୍ରେସ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଟୀକାକରଣ ଘୋଟାଲାରେ ବିଜେପି ସାଂସଦ ତେଜସ୍ବୀ ସୂର୍ୟ୍ୟା ଏବଂ ବାସଭାନୁଗୁଡି ବିଧାୟକ ରବି ସୁବ୍ରମଣ୍ୟମଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ପବନ ଖେରା ଦାବି କରିଛନ୍ତି ଯେ ବିଧାୟକ ସୁବ୍ରମଣ୍ୟମ ବେଙ୍ଗାଲୁରୁ ଲୋକଙ୍କୁ ଏକ ନିର୍ଦ୍ଦିଷ୍ଟ ଘରୋଇ ଡାକ୍ତରଖାନାରେ ଟୀକାକରଣ କରିବାକୁ କହୁଛନ୍ତି। ସେ ଏକ ଲିକ୍ ହୋଇଥିବା ଅଡିଓ କ୍ଲିପ୍ସ ମାଧ୍ୟମରେ ଏହି ସ୍କାମ୍ ର ପର୍ଦ୍ଦାଫାସ୍ କରିଛନ୍ତି। ଏହି ଅଡିଓ ଟେପ୍ ରେ ଡାକ୍ତରଖାନାର ସୁପରଭାଇଜର ଜଣେ ବ୍ୟକ୍ତିଙ୍କୁ କହୁଛନ୍ତି ଯେ କୋଭିଡ ଟିକା ଦର 900 ଟଙ୍କାରୁ କମ୍ ହୋଇପାରିବ ନାହିଁ କାରଣ ଏଥିରୁ ଡୋଜ ପିଛା 700 ଟଙ୍କା ସୁବ୍ରମଣ୍ୟମଙ୍କୁ ଦେବାକୁ ପଡିବ। ଖେରା କହିଛନ୍ତି ଯେ ଏହି ଅଡିଓ କ୍ଲିପଗୁଡିକ ଲିକ୍ ହେବାର ସପ୍ତାହେ ପୂର୍ବରୁ ସାସଂଦ ସୂର୍ଯ୍ୟା ଡାକ୍ତରଖାନାରେ ଟୀକାକରଣ ଡ୍ରାଇଭ୍ ପ୍ରଚାର କରିଥିଲେ। ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଖେରା କହିଛନ୍ତି ଯେ “ ସରକାରୀ ଡାକ୍ତରଖାନାରେ ଟିକା ନଥିବା ବେଳେ ଏହି ଘରୋଇ ହସ୍ପିଟାଲକୁ ଟିକା କେମିତି ଆସିଲା ତାହାର ଉତ୍ତର ଦେବା ଆବଶ୍ୟକ । “ଏଥିପାଇଁ କିଏ ଦାୟୀ ? ସେମାନେ କିପରି (ବିଜେପି ନେତା) ଟିକା ନେଉଛନ୍ତି? ” ବୋଲି ଖେରା ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା ଆହୁରି ମଧ୍ୟ ପଚାରିଛନ୍ତି ଯେ ଶାସକ ଦଳର ରାଜନେତାମାନେ ଲୋକଙ୍କୁ କାହିଁକି ଏକ ନିର୍ଦ୍ଦିଷ୍ଟ ଟୀକାକରଣ କେନ୍ଦ୍ରକୁ ଯିବାକୁ କହୁଛନ୍ତି ? ବିଜେପି ସାଂସଦ ସୂର୍ଯ୍ୟା ଏବଂ ବିଧାୟକ ସୁବ୍ରମଣ୍ୟମଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏହା ବ୍ୟତୀତ ସେ ତେଜସ୍ୱୀ ସୂର୍ଯ୍ୟଙ୍କ ଇସ୍ତଫା ଦାବି କରିଛନ୍ତି । “ ଏହା ସହ ସେ ତିନିଥରର ବିଜେପି ବିଧାୟକ ରବି ସୁବ୍ରମଣ୍ୟମଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ କର୍ଣ୍ଣାଟକର ଲୋକଙ୍କ ନିକଟରେ ଋଣୀ। ପ୍ରଧାନମନ୍ତ୍ରୀଙ୍କ ପାଇଁ ଏହା କୌଣସି ବଳିଦାନ ଠାରୁ କମ୍ ନୁହେଁ। ” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି ଖେରା କହିଛନ୍ତି ଯେ,” ଆପଣ କର୍ଣ୍ଣାଟକର ଲୋକଙ୍କ ପିଠିରେ ଛୁରା ପାରିବେ ନାହିଁ। ଆମେ ଆଶା କରୁଛୁ ଆପଣ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନେବେ। ସେ ପିଏମ୍ ମୋଦୀଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କୁ କ୍ଷମା ମାଗନ୍ତୁ। ” କଂଗ୍ରେସ ନେତା ଡି.କେ ଶିବକୁମାର କହିଛନ୍ତି ଯେ ଦୁଇ ବିଜେପି ନେତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ସେ ଟୁଇଟ୍ କରି କହିଛନ୍ତି ଯେ ସାଂସଦ ତେଜସ୍ୱୀ ସୂର୍ଯ୍ୟା ଘରୋଇ ଡାକ୍ତରଖାନାରେ ଟଙ୍କା ଦେଇ ଟୀକାକରଣ କରିବାକୁ ଲୋକଙ୍କୁ କହୁଛନ୍ତି। ତେଣୁ ତାଙ୍କ ବିରୋଧରେ “ଏକ ସୋ-ମୋଟୁ ଏଫ୍ଆଇଆର୍ ଦାଖଲ କରାଯିବା ଉଚିତ, ଏବଂ ହାଇକୋର୍ଟଙ୍କ ତତ୍ତ୍ଵାବଧାନରେ ଅନୁସନ୍ଧାନ କରାଯିବା ଉଚିତ ଏବଂ ବାଚସ୍ପତିଙ୍କ ଦ୍ବାରା ସେମାନଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷିତ କରାଯିବା ଉଚିତ୍।” ଗୁରୁବାର ଦିନ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ଏକ ନିର୍ଦ୍ଦେଶ ଆଧାରରେ ସେ କହିଛନ୍ତି ଯେ ରାଜ୍ୟରେ ସରକାରୀ ଅନୁଷ୍ଠାନ ଅପେକ୍ଷା ଘରୋଇ ଡାକ୍ତରଖାନାରେ ଟୀକାକରଣ ହେବାର ସମ୍ଭାବନା ଅଧିକ। କଂଗ୍ରେସ ନେତା ଶିବକୁମାର ଦାବି କରିଛନ୍ତି ଯେ ବର୍ତ୍ତମାନ ଟିକା ଆବଣ୍ଟନରେ ଏକ ବିରାଟ ବଡ ଘୋଟାଲା ହୋଇଛି ଏବଂ ସରକାରୀ ଷ୍ଟକକୁ ଘରୋଇ ଡାକ୍ତରଖାନାକୁ ହସ୍ତାନ୍ତର କରିବାରେ ବିଜେପି ନେତାମାନେ ଜଡିତ ଅଛନ୍ତି। ଏହି ଘଟଣା ସୂର୍ଯ୍ୟା ଏବଂ ତାଙ୍କ ମାମୁଁଙ୍କ ଦ୍ବାରା ମୁସଲମାନ କର୍ମଚାରୀମାନଙ୍କୁ ଟାର୍ଗେଟ କରି ଏକ ବେଡ୍ ସ୍କାମରେ ସମ୍ପୃକ୍ତ ଥିବା ଅଭିଯୋଗ କରିବାର କିଛି ସପ୍ତାହ ପରେ ସାମ୍ନାକୁ ଆସିଛି।

(Scroll input)

Related Posts