(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନାର ଦ୍ୱିତୀୟ ଲହର ଭାରତ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଏଭଳି ସଂକଟ କାଳରେ ଦେଶରେ ରେମଡେସିଭିର ଔଷଧର ଅଭାବ ଦେଖାଦେଇଥିବା ବେଳେ ରାଜ୍ୟ ଗୁଡିକୁ ଆଣ୍ଟି-ଭାଇରାଲ୍ ଡ୍ରଗସ୍ ରେମଡେସିଭିର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର ଏହି ସୂଚନା ଦେଇଛନ୍ତି। ମାଣ୍ଡାଭିଆ ଟ୍ୱିଟ୍ କରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ ପର୍ଯ୍ୟାପ୍ତ ପରିମାଣର ରେମେଡେସଭିର ଉପଲବ୍ଧ ଅଛି। ତେଣୁ ଆମେ ରେମେଡେସଭିରର କେନ୍ଦ୍ରୀୟ ଆବଣ୍ଟନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଗୋଟିଏ ମାସ ମଧ୍ୟରେ ରେମଡେସିଭିର ଉତ୍ପାଦନ ୧୦ ଗୁଣା ବଢ଼ିଛି । ଏପ୍ରିଲ ୧୧ରେ ୩୩,୦୦୦ ଭିଆଲ ପ୍ରତିଦିନ ଉତ୍ପାଦନ ହେଉଥିବାବେଳେ ଆଜି ଏହାର ଉତ୍ପାଦନ ବୃଦ୍ଧି ପାଇଁ ଦୈନିକ ୩୫୦୦୦୦ ଭିଆଲ ରେ ପହଞ୍ଚିଛି ବୋଲି ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଏକ ମାସ ମଧ୍ୟରେ ସରକାର ରେମେଡିସଭିର ଉତ୍ପାଦନ କରୁଥିବା ୟୁନିଟ୍ ସଂଖ୍ୟାକୁ ୨୦ ରୁ ୬୦ କୁ ବୃଦ୍ଧି କରିଛନ୍ତି। ତେଣୁ ରାଜ୍ୟ ସରକାରମାନେ ସିଧାସଳଖ ଭାବେ ରେମଡେସିଭିର କିଣିପାରିବେ । ଭାରତ ସରକାର ଜରୁରିକାଳୀନ ଆବଶ୍ୟକତା ପାଇଁ ଷ୍ଟକ ଭାବରେ ରେମଡେସିଭିରର ୫୦ ଲକ୍ଷ ସିସି କିଣିବାକୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।