ନୂଆ ଜିଲ୍ଲା ଗଠନକୁ ନେଇ ଯୋଗୀଙ୍କ ପ୍ରତିକ୍ରିୟା ହାସ୍ୟାସ୍ପଦ: ଅମରିନ୍ଦର

yogi

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କିଛିଦିନ ପୂର୍ବରୁ ପଞ୍ଜାବର ୨୩ ତମ ଜିଲ୍ଲା ଭାବରେ ଘୋଷଣା କରିଥିଲେ । ଏହା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କର ଏପରି ନିଷ୍ପତ୍ତିକୁ ସମାଲୋଚନା କରି ଏହା ଶାନ୍ତିପୂର୍ଣ୍ଣ ରାଜ୍ୟରେ ସାମ୍ପ୍ରଦାୟିକ ଘୃଣା ସୃଷ୍ଟି କରିବାର ପ୍ରୟାସ ବୋଲି କହିଥିଲେ । ଏହାର ଜବାବ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉତ୍ତରପ୍ରଦେଶ ତୁଳନାରେ ପଞ୍ଜାବ ଭଲସ୍ଥିତିରେ ରହିଛି ଏବଂ ଯୋଗୀଙ୍କର ନୂତନ ଜିଲ୍ଲା ଗଠନକୁ ନେଇ ପ୍ରତିକ୍ରିୟା ହାସ୍ୟାସ୍ପଦ ବୋଲି କହିଥିଲେ । ତେବେ ବିଶ୍ୱାସ ଏବଂ ଧର୍ମ ଆଧାରରେ ନୂତନ ୨୩ତମ ଜିଲ୍ଲା ମଲେରାକୋଟଲା ଗଠନ କରିବା ଭାରତର ସମ୍ବିଧାନର ମୌଳିକ ନୀତି ବିରୁଦ୍ଧରେ ଅଟେ ବୋଲି ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି କହିଛନ୍ତି । ଅନ୍ୟପଟେ ଯୋଗୀଙ୍କ ମନ୍ତବ୍ୟକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପରିହାସ କରିଛନ୍ତି । ଏହା ସହ ପଞ୍ଜାବର ମେଲେରକୋଟଲାର ଇତିହାସ ବିଷୟରେ ଯୋଗୀ କଣ ଜାଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଏହି ଜିଲ୍ଲାର ଶିଖ ଧର୍ମ ଏବଂ ଏହାର ଗୁରୁଙ୍କ ସହ ସମ୍ପର୍କ ପ୍ରତ୍ୟେକ ପଞ୍ଜାବୀକୁ ଜଣା ବୋଲି କହିଛନ୍ତି । ଯୋଗୀ ଅନ୍ୟକୁ ମୌଳିକ ଅଧିକାର ବିଷୟରେ ବୁଝାଇବା ପୂର୍ବରୁ ନିଜ ରାଜ୍ୟର ସାମ୍ପ୍ରଦାୟିକ ଘୃଣା ବ୍ୟାପିବାର ବିଜେପିର ଟ୍ରାକ ରେକର୍ଡକୁ ଦୃଷ୍ଟିରେ ରଖିବା ଉଚିତ । ଏହା ସହ ବିଜେପିର ସାମ୍ପ୍ରଦାୟିକ ବିଭାଜନ ନୀତି ଏବଂ ୟୁପିରେ ଯୋଗୀ ଆଦିତ୍ୟନାଥ ସରକାର ବିଷୟରେ ସମଗ୍ର ବିଶ୍ୱ ଜାଣିଛି ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ।

Related Posts