(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଲକ୍ଡାଉନ୍, ଶଟଡାଉନ୍ କଟକଣା ସତ୍ତ୍ୱେ ରାଜ୍ୟରେ କାବୁ ହେଉନି କରୋନା ସଂକ୍ରମଣ। ଆଜି ପୁଣି ଥରେ ରେକର୍ଡ ଭାଙ୍ଗିଛି କୋଭିଡ୍ମହାମାରୀ। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ ହେଉଛି ଲୋକାଲ କେସ୍ ରହିଛି । ଅପରପକ୍ଷେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରେ ୩ ଜଣ ଏବଂ ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ କରୋନା ରୋଗୀ ପ୍ରାଣ ହାରିଛନ୍ତି। ସେହିପରି ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି। ଏହାବାଦ ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖା କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୨,୩୯୦ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡରୁ ୮୮୨, କଟକରୁ ୭୧୯, ଅନୁଗୁଳରୁ ୫୩୨,ବରଗଡ଼ରୁ ୫୦୭ ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨ , ବଲାଙ୍ଗିରରୁ ୪୬୧ , ମୟୂରଭଞ୍ଜରୁ ୪୮୦ , ପୁରୀରୁ ୪୬୯, ଯାଜପୁରରୁ ୪୩୬, ଝାରସୁଗୁଡ଼ାରୁ ୪୧୩ , ଗଞ୍ଜାମରୁ ୩୮୭, ନବରଙ୍ଗପୁରରୁ ୩୬୨, ବାଲେଶ୍ବରରୁ ୩୪୦, ନୟାଗଡ଼ରୁ ୩୦୧, ଜଗତସିଂହପୁରରୁ ୨୫୯, କୋରାପୁଟରୁ ୨୪୬, ବୌଦ୍ଧରୁ ୨୨୮, କଳାହାଣ୍ଡିରୁ ୨୧୦, କେନ୍ଦୁଝରରୁ ୨୦୮, ନୂଆପଡ଼ାରୁ ୨୦୪, ରାୟଗଡ଼ାରୁ ୧୮୭, ସୋନପୁରରୁ ୧୭୮, ଢେଙ୍କାନାଳରୁ ୧୭୪, କେନ୍ଦ୍ରାପଡ଼ାରୁ ୧୩୭, ଗଜପତିରୁ ୧୧୫, ଦେବଗଡ଼ରୁ ୧୦୮, ମାଲକାନଗିରିରୁ ୧୦୩, କନ୍ଧମାଳରୁ ୧୦୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚିଥିବା ବେଳେ ୪,୮୨,୩୪୫ ଜଣ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ଏବେ ଆକ୍ଟିଭ କେସ୍ ୧୦୪୦୧୬ ରହିଛି।
Related Posts
-
Copyright © SatyaPatha2021