(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : କୌଣସି ଲୋକ ଯଦି ଟିକା ନିଏ ତେବେ ପ୍ରଥମ ଡୋଜ ଟିକା ନେବାର କିଛିଦିନ ଅନ୍ତରାଳରେ ଦ୍ବିତୀୟ ଡୋଜ ନେଇଥାଏ। କିନ୍ତୁ ଦୁଇଟି ଯାକ ଡୋଜ୍ ଗୋଟିଏ କମ୍ପାନୀର ହୋଇଥିବା ଦରକାର। ତେବେ ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ 72 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ଦୁଇଟି କମ୍ପାନୀର COVID-19 ଟିକା ଦିଆଯାଇଥିଲା। ଜାଲନା ଜିଲ୍ଲାର ପାର୍ଟୁର ତାଲୁକା ଅନ୍ତର୍ଗତ ଖଣ୍ଡଭି ଗାଁର ବାସିନ୍ଦା ଦତ୍ତାତ୍ରେୟ ୱାଗମେରଙ୍କୁ ମାର୍ଚ୍ଚ 22 ରେ ଗ୍ରାମୀଣ ଡାକ୍ତରଖାନାରେ କୋଭାକ୍ସିନର ପ୍ରଥମ ଡୋଜ ଦିଆଯାଇଥିଲା। ଦ୍ୱିତୀୟ ଡୋଜ୍ ପାଇଁ, ସେ ଏପ୍ରିଲ୍ 30 ରେ ଶ୍ରୀସ୍ତି ଗ୍ରାମରେ ଥିବା ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିଲେ , ତାଙ୍କୁ କୋଭିଶିଲ୍ଡ ଟିକା ଦିଆଯାଇଥିଲା। ତେବେ ଦ୍ୱିତୀୟ ଡୋଜ ନେବା ପରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିଥିବା ୱାଗମେରଙ୍କ ପରିବାର ଅଭିଯୋଗ କରିଛନ୍ତି। ୱାଗମେରଙ୍କ ପୁଅ ଦିଗମ୍ବର କହିଛନ୍ତି ଯେ ତାଙ୍କ ପିତା ଦ୍ବିତୀୟ ଡୋଜ ଟିକା ନେବା ପରେ ସାମାନ୍ୟ ଜ୍ୱର ଏବଂ ଶରୀରରେ ଘା ’ସୃଷ୍ଟି ହୋଇଥିଲା। ସେଠାରେ ସେଲୁନ୍ ଚଳାଉଥିବା ଜଣେ ୨୭ ବର୍ଷିୟ ଯୁବକ କହିଛନ୍ତି “ଆମେ ତାଙ୍କୁ ପାତୁର ସ୍ଥିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲୁ, ସେଠାରେ ତାଙ୍କୁ କିଛି ଔଷଧ ଦିଆଯାଇଥିଲା। କିଛି ଦିନ ପୂର୍ବରୁ ଯେତେବେଳେ ମୁଁ ତାଙ୍କର ଦୁଇଟି ଟୀକାକରଣ ପ୍ରମାଣପତ୍ର ଦେଖିଲି, ସେତେବେଳେ ଏହା ସ୍ପଷ୍ଟ ହୋଇଥିଲା ଯେ ସେ ଭିନ୍ନ ଭିନ୍ନ କମ୍ପାନୀର ଦୁଇ ଡୋଜ ଟିକା ନେଇଛନ୍ତି ” । ତାଙ୍କ ପୁଅ କହିଛନ୍ତି ଯେ, “ମୋ ବାପା ଅଶିକ୍ଷିତ ଏବଂ ମୁଁ ମଧ୍ୟ ଅଧିକ ଶିକ୍ଷିତ ନୁହେଁ। ଟୀକାକରଣ କେନ୍ଦ୍ରରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଦାୟିତ୍ବ ଥିଲା ଯେ ମୋ ବାପାଙ୍କୁ ସମାନ ଟିକା ଦେବା ଉଚିତ୍। ” ୱାଗମେର ଜଣେ ହୃଦ୍ ରୋଗୀ ବୋଲି କୁହାଯାଉଛି ଯିଏ କି ଦୁଇ ବର୍ଷ ପୂର୍ବେ ବାଇପାସ୍ ସର୍ଜରୀ କରିଥିଲେ।ଏହି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ଔରଙ୍ଗାବାଦ ବିଭାଗର ସ୍ୱାସ୍ଥ୍ୟ ବିଭାଗର ଡେପୁଟି ଡାଇରେକ୍ଟର ସ୍ବପନିଲ ଲାଲ ସୂଚନା ଦେଇଛନ୍ତି।
Related Posts
-
Copyright © SatyaPatha2021