(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା କାଳରେ ଆଇଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ବିଏମ୍ସି କମିଶନର ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ବଦଳି କରି ଦିଆଯାଇଛି। ତାଙ୍କ ସ୍ଥାନରେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଥିବା ୧୯୯୭ ବ୍ୟାଚ୍ର ଆଇଏଏସ୍ ଅଫିସର ସଞ୍ଜୟ କୁମାର ସିଂହଙ୍କୁ ବିଏମ୍ସି କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ଏହା ସହିତ ତାଙ୍କୁ ବିଡିଏର ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ସେହିପରି ସ୍ମାର୍ଟ ସିଟି ସିଇଓ ଭାବେ ସଞ୍ଜୟ କୁମାର ସିଂହ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅନ୍ୟପକ୍ଷରେ ପ୍ରେମଚାନ୍ଦ ଚୌଧୁରୀଙ୍କୁ ସାଧାରଣ ପ୍ରଶାସନର ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବ ପ୍ରଦାନ କରାଯାଇଛି। ରାଜସ୍ୱ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସଂପର୍କ ଦାୟିତ୍ୱ ମିଳିଛି । ପୂର୍ତ୍ତ ବିଭାଗ ସଚିବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିବା କ୍ରିଷନ କୁମାରଙ୍କୁ ଇଡକୋର ଅତିରିକ୍ତ ଦାୟିତ୍ୱ ମିଳିଛି । ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।
Related Posts
-
Copyright © SatyaPatha2021