(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମୋଦୀ ସରକାରଙ୍କ କେନ୍ଦ୍ର ମନ୍ତ୍ରୀ ସାନ୍ତୋଶ ଗାଙ୍ଗୱାର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ଖୋଲା ଚିଠି ଲେଖି ୟୁପିରେ କରୋନା ପରିଚାଳନାରେ ଅବ୍ୟବସ୍ଥାର ପର୍ଦ୍ଦାଫାସ କରିଛନ୍ତି। ସେ କହିଛନ୍ତି ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀମାନେ ସେମାନଙ୍କ ଫୋନ ଉଠାଉ ନାହାଁନ୍ତି ଏବଂ ରୋଗୀ ମାନଙ୍କୁ ଅକ୍ସିଜେନ ସିଲିଣ୍ଡର ମଧ୍ୟ ମିଳୁ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଯେତେବେଳେ ଜଣେ ରୋଗୀ L3 ଡାକ୍ତରଖାନାକୁ ଯାଆନ୍ତି, ତାଙ୍କୁ ଜିଲ୍ଲା ଡାକ୍ତରଖାନାରୁ ରେଫରାଲ୍ ନେବାକୁ କୁହାଯାଏ। ଫଳରେ ରୋଗୀ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଦୌଡିବାକୁ ଲାଗନ୍ତି, ଏବଂ ସେହି ସମୟରେ ରୋଗୀର ଅମ୍ଳଜାନ ସ୍ତର ହ୍ରାସ ପାଇଥାଏ। ” ବରେଲି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବହୁ ଡିଲର ଅକ୍ସିଜେନ ସିଲିଣ୍ଡର ଘରେ ମହଜୁଦ୍ ରଖି ରୋଗୀ ମାନଙ୍କୁ ବହୁ ମୂଲ୍ୟରେ ବିକ୍ରି କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ମନିଟର ଏବଂ ଭେଣ୍ଟିଲେଟର ଭଳି ଚିକିତ୍ସା ଉପକରଣ ବଜାରରେ ଚଢା ଦରରେ ବିକ୍ରି ହେଉଛି। ସେ ମେଡିକାଲ ଉପକରଣର ମୂଲ୍ୟ ସ୍ଥିର କରିବାକୁ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ମଧ୍ୟପ୍ରଦେଶ ଭଳି ଅମ୍ଳଜାନ କାରଖାନା ସ୍ଥାପନ ପାଇଁ ଘରୋଇ ଡାକ୍ତରଖାନାକୁ 50% ସବସିଡି ପ୍ରଦାନ କରିବାକୁ ଗାଙ୍ଗୱାର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।
Related Posts
-
Copyright © SatyaPatha2021