(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : କରୋନାର ଦ୍ୱିତୀୟ ଲହର ମଧ୍ୟରେ ଅମ୍ଳଜାନ ସଙ୍କଟକୁ ଦୂର କରିବା ପାଇଁ ସୁପ୍ରିମକୋର୍ଟ ଏକ 12 ସଦସ୍ୟ ବିଶିଷ୍ଟ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ୍ ଏବଂ ଏମଆର ଶାହାଙ୍କୁ ନେଇ ଏକ ଡିଭିଜନ୍ ବେଞ୍ଚ ଏହି ଟାସ୍କ ଫୋର୍ସ ଗଠନ କରିଛନ୍ତି। କୋଭିଡ୍ ଦ୍ବାରା ଅଧିକ ପ୍ରଭାବିତ ରାଜ୍ୟ ଗୁଡ଼ିକର ଡାକ୍ତରଖାନା ଗୁଡିକୁ ଅମ୍ଳଜାନ ଯୋଗାଣ ନେଇ କେନ୍ଦ୍ର ସରକାରଙ୍କୁ ତ୍ରୁଟି ସାମ୍ନାକୁ ଆସିବା ପରେ କୋର୍ଟ ଟାସ୍କଫୋର୍ସ ଗଠନ କରିଛନ୍ତି । କୋର୍ଟ ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅମ୍ଳଜାନ ଯୋଗାଣ ପାଇଁ ଗଠିତ ଫର୍ମୁଲାକୁ ସମାଲୋଚନା କରିଥିଲେ । କାରଣ ଏହି ଫର୍ମୁଲା ଦ୍ବାରା ରୋଗୀ ମାନଙ୍କୁ ହସ୍ପିଟାଲରେ ଆଡମିଶନ ମିଳୁ ନଥିଲା ଏବଂ ଚିକିତ୍ସା ପାଇଁ ଅମ୍ଳଜାନ ମଧ୍ୟ ପହଞ୍ଚିପାରୁ ନଥିଲା। ଶୁଣାଣି ସମୟରେ ଏହା କୋର୍ଟଙ୍କ ଦ୍ୱାରା ପରାମର୍ଶ ଦିଆଯାଇଥିଲା ଯେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଭିଜ୍ଞତା ଥିବା ଜାତୀୟ ବିଶେଷଜ୍ଞ ମାନଙ୍କୁ ଅନ୍ତର୍ଭୁକ୍ତ କରୁଥିବା ଏକ “ବିଶେଷଜ୍ଞ ସଂସ୍ଥା” ଦ୍ବାରା ଜାତୀୟ ଟାସ୍କ ଫୋର୍ସ ଭାବେ ଗଠନ କରାଯାଇପାରିବ ଯାହା ମହାମାରୀ ସମ୍ବନ୍ଧୀୟ ପ୍ରସଙ୍ଗଗୁଡିକ ଉପାୟ ଉପରେ ଏକ ବୈଜ୍ଞନିକ ଆଧାରିତ ଜନସ୍ୱାସ୍ଥ୍ୟ ପ୍ରତିକ୍ରିୟା ପାଇଁ ଦାୟୀ ରହିବ । ସଲିସିଟର ଜେନେରାଲ କୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ଏହି ପ୍ରସ୍ତାବକୁ କେନ୍ଦ୍ର ଅନୁକୂଳ ପ୍ରତିକ୍ରିୟା ଦେଇଛି। କୋର୍ଟ କହିଛନ୍ତି ଯେ, ” କୋଭିଡ୍ ମହାମାରୀର ଏହି ପରିସ୍ଥିତିରେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ମେଡିକାଲ ଅମ୍ଳଜାନ ବଣ୍ଟନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ଏକ ପ୍ରଭାବଶାଳୀ ତଥା ସ୍ୱଚ୍ଛ ମେକାନିଜିମ୍ ପ୍ରତିଷ୍ଠା କରାଯିବା ଆବଶ୍ୟକ। କେନ୍ଦ୍ର ସରକାର ଏକ ଜାତୀୟ ଟାସ୍କ ଫୋର୍ସ ସ୍ଥାପନ କରିବାକୁ ରାଜି ହୋଇଛନ୍ତି।” ଏହି ଟାସ୍କ ଫୋର୍ସକୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ବୈଜ୍ଞାନିକ ପଦ୍ଧତିରେ ଅମ୍ଳଜାନ ଆବଣ୍ଟନ କରିବାକୁ ଦାୟିତ୍ବ ଦିଆଯିବ ବୋଲି କୋର୍ଟ କହିଛନ୍ତି।
ଜାତୀୟ ଟାସ୍କ ଫୋର୍ସ ନିମ୍ନଲିଖିତ ସଦସ୍ୟମାନଙ୍କୁ ନେଇ ଗଠିତ :
(I) ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଜ୍ଞାନ, କୋଲକାତା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ ଭାବାତୋଶ ବିଶ୍ବାସ ।
(ii) ସାର୍ ଗଙ୍ଗା ରାମ ହସ୍ପିଟାଲ୍, ଦିଲ୍ଲୀ,ପରିଚାଳନା ବୋର୍ଡ ର ଚେୟାରମ୍ୟାନ୍ ଦିଲ୍ଲୀ ଡ. ଦେବେନ୍ଦ୍ର ସିଂ ରାଣା
(iii) ବେଙ୍ଗାଲୁରୁର ନାରାୟଣ ହେଲଥ କେୟାର , ଅଧ୍ୟକ୍ଷ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଦେବୀ ପ୍ରସାଦ ଶେଟ୍ଟୀ
(iv) ତାମିଲନାଡୁର ଭେଲୋର, ଖ୍ରୀଷ୍ଟିଆନ ମେଡିକାଲ୍ କଲେଜ, ପ୍ରଫେସର ଡ.ଗଗନଦୀପ କାଙ୍ଗ
(v) ତାମିଲନାଡୁର ଭେଲୋର, ଖ୍ରୀଷ୍ଟିଆନ ମେଡିକାଲ୍ କଲେଜର ନିର୍ଦ୍ଦେଶକ ଡ.ଜେ.ଭି ପିଟର
(vi) ଗୁରୁଗ୍ରାମ, ମେଡାଣ୍ଟା ହସ୍ପିଟାଲ୍ ଏବଂ ହାର୍ଟ ଇନଷ୍ଟିଚ୍ୟୁଟ୍, ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଡ . ନରେଶ ତେରହନ୍।
(vii) କ୍ରିଟିକାଲ୍ କେୟାର ମେଡିସିନ୍ ଏବଂ ଆଇସିୟୁ, ଫୋର୍ଟିସ୍ ହସ୍ପିଟାଲ୍, ମୁଲୁଣ୍ଡ (ମୁମ୍ବାଇ, ମହାରାଷ୍ଟ୍ର) ଏବଂ କଲ୍ୟାଣ (ମହାରାଷ୍ଟ୍ର), ନିର୍ଦ୍ଦେଶକ ଡକ୍ଟର ରାହୁଲ ପଣ୍ଡିତ
(viii) ସାର୍ ଗଙ୍ଗା ରାମ ହସ୍ପିଟାଲ୍ ର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଲିଭର ଟ୍ରାନ୍ସପ୍ଲାଣ୍ଟ ବିଭାଗର ଚେୟାରମ୍ୟାନ୍ ତଥା ମୁଖ୍ୟ ଡ . ସୌମିତ୍ର ରାୱତ।
(ix) ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସ (ଆଇଏଲବିଏସ୍), ଦିଲ୍ଲୀ ର ନିର୍ଦ୍ଦେଶକ, ବରିଷ୍ଠ ପ୍ରଫେସର ତଥା ହେପାଟୋଲୋଜି ବିଭାଗର ମୁଖ୍ୟ ଡ. ଶିବ କୁମାର ସରିନ୍
(x) ଡ. ଜରିର ଏଫ୍ ଉଦୱାଡିଆ, ପରାମର୍ଶଦାତା ଛାତି ଚିକିତ୍ସକ, ହିନ୍ଦୁଜା ହସ୍ପିଟାଲ୍, ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲ୍ ଏବଂ ପାର୍ସୀ ଜେନେରାଲ୍ ହସ୍ପିଟାଲ୍, ମୁମ୍ବାଇ
(xi) ସଚିବ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ( ସଦସ୍ୟ)
(xii) ଜାତୀୟ ଟାସ୍କ ଫୋର୍ସର କନଭେନର, ଯିଏ ମଧ୍ୟ ସଦସ୍ୟ ହେବେ, କେନ୍ଦ୍ର ସରକାରଙ୍କ କ୍ୟାବିନେଟ ସଚିବ ହେବେ।
Related Posts
-
Copyright © SatyaPatha2021