(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗର ପ୍ରତିନିଧିତ୍ୱ କରୁଥିବା ଜଣେ ଓକିଲ ଆୟୋଗର ଓକିଲ ପ୍ୟାନେଲରୁ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ଯେ ନୈତିକତା ଓ ମୂଲ୍ୟବୋଧ ନିର୍ବାଚନ ଆୟୋଗର କାର୍ଯ୍ୟକଳାପ ସହିତ ମେଳ ଖାଉ ନାହିଁ। ଆଡଭୋକେଟ୍ ମୋହିତ ଡି ରାମ 2013ରେ ସୁପ୍ରିମକୋର୍ଟରେ ଆୟୋଗର ଆଡଭୋକେଟ୍ ଭାବରେ କାର୍ଯ୍ୟ କରୁଥିଲେ। ସେ ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ଯେ,” ମୁଁ ଅନୁଭବ କରୁଛି ଯେ ମୋର ମୂଲ୍ୟବୋଧ ନିର୍ବାଚନ ଆୟୋଗର କାର୍ଯ୍ୟକଳାପ ସହିତ ମେଳ ଖାଉ ନାହିଁ ଏବଂ ତେଣୁ ମୁଁ ସୁପ୍ରିମକୋର୍ଟରେ ଏହାର ପ୍ୟାନେଲର ଆଡଭୋକେଟର ଦାୟିତ୍ବରୁ ଇସ୍ତଫା ଦେଉଛି। ” ମୋହିତ ଡି ରାମଙ୍କ ଇସ୍ତଫା ଏମିତି ଏକ ସମୟରେ ଆସିଛି ଯେତେବେଳେ ମାଡ୍ରାସ ହାଇକୋର୍ଟଙ୍କ ମନ୍ତବ୍ୟ ବିରୋଧରେ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ । ମାଡ୍ରାସ ହାଇକୋର୍ଟଙ୍କ “ଅନିଚ୍ଛାକୃତ, ଅପମାନଜନକ ମନ୍ତବ୍ୟ” ହଟାଇବାକୁ ଆୟୋଗ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ହାଇକୋର୍ଟ ନିଜେ ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାବେଳେ ନିର୍ବାଚନ ଆୟୋଗ ମଧ୍ୟ ଏକ ସାମ୍ବିଧାନିକ ସଂସ୍ଥା। ତେଣୁ ହାଇକୋର୍ଟ ଏପରି ମନ୍ତବ୍ୟ ଦେବା ଉଚିତ୍ ନୁହେଁ।
Related Posts
-
Copyright © SatyaPatha2021