(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକୁ ନେଇ କେନ୍ଦ୍ର ସରକାର ଓ ପଶ୍ଚିମ ବଙ୍ଗ ସରକାରଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଉଛି । ଏହା ମଧ୍ୟରେ ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ବିଜେପି ନେତାମାନେ ଜନାଦେଶ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି। ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ‘ବିଜେପି ନେତାମାନେ ଏଠାରେ ବୁଲୁଛନ୍ତି। ସେମାନେ ଉତ୍ତେଜନାମୂଳକ କାର୍ଯ୍ୟ କରୁଛନ୍ତି । ଏପରିକି ନୂତନ ସରକାରଙ୍କୁ ୨୪ ଘଣ୍ଟା ବିତିଯାଇ ନାହିଁ ଯେ ସେମାନେ ଚିଠି ପଠାଇବା, ଦଳ ପଠାଇବା ଓ ନେତାମାନଙ୍କୁ ମଧ୍ୟ ପଠାଇବା ଆରମ୍ଭ କରିଛନ୍ତି । ମୁଁ ସେମାନଙ୍କୁ ଜନାଦେଶ ସ୍ୱୀକାର କରିବାକୁ ଅନୁରୋଧ କରୁଛି ।” ବଙ୍ଗଳା ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟ ମାନଙ୍କୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦିଆଯିବ । ସେ ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ଆୟୋଗର ଆଇନ ବ୍ୟବସ୍ଥାରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ବିଜେପି ଓ ଟିଏମସି କର୍ମୀ ଥିଲେ । ଏଥି ସହିତ ଜଣେ କାର୍ଯ୍ୟକତା ସଂୟୁକ୍ତ ମୋର୍ଚ୍ଚାରୁ ଥିଲେ । ବୁଧବାର ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନାଡା ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ହିଂସା ଘଟଣାରେ ଅତି କମରେ ୧୪ ଜଣ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି।
Related Posts
-
Copyright © SatyaPatha2021