ଧର୍ମାଧମ ଆସନରୁ ୫୦,୦୦୦ରୁ ଅଧିକ ଭୋଟରେ ଜିତିଲେ ପିନାରାୟି ବିଜୟନ

pinarayi

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କେରଳରେ ଏଲଡିଏଫ ବାଜି ମାରିନେଇଛି । କେରଳ ମୁଖ୍ୟମନ୍ତ୍ରୀ ଧର୍ମାଧମ ନିର୍ବାଚନମଣ୍ଡଳୀରୁ ୫୦,୦୦୦ ଭୋଟ ବ୍ୟବଧାନରେ ଜିତିଛନ୍ତି । ଦୀର୍ଘ ୪୦ ବର୍ଷର ପରମ୍ପରାକୁ ଭାଙ୍ଗି ଏଲଡିଏଫ ସରକାର ଗଠନ କରିଛି । ତେବେ ଏକଜିଟ ପୋଲର ସର୍ଭେ ଅନୁସାରେ, ଏଲଡିଏଫ ମିଳିତ ମଞ୍ଚକୁ ୧୪୦ଟି ସିଟ ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫକୁ ୫୩ଟି ସିଟ ଆବଣ୍ଟନରେ ପରିବର୍ତ୍ତନ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଅନ୍ୟପଟେ କେରଳ ବିଧାନସଭା ନିର୍ବାଚନରେ ଆଣ୍ଟି-କରୋନାଭାଇରସ ପ୍ରୋଟୋକଲକୁ କଡାକଡି ଭାବରେ ପାଳନ କରାଯାଇଥିଲା । ସମଗ୍ର ନିର୍ବାଚନ ପ୍ରକ୍ରିୟା ସମୟରେ ମାସ୍ପ ପିନ୍ଧିବା ଏବଂ ଉପଯୁକ୍ତ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ କରାଯାଇଥିଲା ।

ଚଳିତ ବର୍ଷ ଏଲଡିଏଫ କଂଗ୍ରେସ ନେତୃତ୍ୱାଧୀନ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟକୁ ପଛରେ ପକାଇ ପୁଣିଥରେ କ୍ଷମତା ହାସଲ କରିଛି । ୨୦୧୬ରେ ମାତ୍ର ଗୋଟିଏ ଆସନ ଜିତିଥିବା ବିଜେପି ଏଖର ଖାତା ଖୋଲିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଆସିଥିବା ଭୋଟ ଗଣତିର ଟ୍ରେଣ୍ଡରେ ମୋଟ ୧୪୦ଟି ଆସନ ମଧ୍ୟରୁ ଏଲଡିଏଫ ୯୬ଟିରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୨ ଆସନରେ ଆଗୁଆ ରହିଛି । ଅନ୍ୟପଟେ ଦୁଇଥର ବିଜୟୀ ହୋଇଥିବା ନେତାଙ୍କୁ ଏଥର ଟିକେଟ ଦିଆଯିବ ନାହିଁ ବୋଲି ସିପିଏମ ଘୋଷଣା କରିଥିଲା । ତେଣୁ ରାଜ୍ୟର ୫ ଜଣ ନେତା ଥୋମାସ ଆଇଜାକ, ଏକେ ବାଲନ, ଜୀ ସୁଧାକରନ, ସି ରବିନ୍ଦ୍ରନାଥ ଏବଂ ଇପି ଜୟରାଜନ ଟିକେଟ ପାଇନଥିଲେ । ତାଙ୍କ ସହ ଆଉ ୨୮ ଜଣ ନେତାଙ୍କୁ ମଧ୍ୟ ଟିକେଟ ମିଳିନଥିଲା । ଯାହାଫଳରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ନିଜର ଟିମ ଗଠନ ପାଇଁ ବୈଠକ ବେଳେ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ କାରଣ ତାଙ୍କ ପାଖରେ ଅନୁଭବୀ ନେତାଙ୍କ ଅଭାବ ରହିଛି ।

Related Posts