ନନ୍ଦିଗ୍ରାମ ପାଇଁ ପରୱା ନାହିଁ, ବେଙ୍ଗଲରେ ଆମେ ଜିତିଛୁ, ବିଜେପି ହାରିଛି: ମମତା

mamata

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଶ୍ଚିମବଙ୍ଗରେ ମମତା ସରକାର ଲଗାତାର ତୃତୀୟଥର ପାଇଁ ଜିତିଛି । ଚଳିତ ବର୍ଷ ପଶ୍ଚିମବଙ୍ଗ ନିର୍ବାଚନରେ ଅନେକ ଟୁଇଷ୍ଟ ଦେଖିବା ପାଇଁ ମିଳିଥିଲା । ତେବେ ପଶ୍ଚିମବଙ୍ଗରେ ମୁଖ୍ୟପ୍ରତୀଦ୍ୱନ୍ଦୀ ଭାବରେ ଛିଡା ହୋଇଥିବା ବିଜେପି ଦଳକୁ ମମତା ବାନାର୍ଜୀ ହାରର ସ୍ୱାଦ ଚଖାଇଛନ୍ତି । ହେଲେ ମମତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ନନ୍ଦିଗ୍ରାମରେ ମମତା ବିଜେପି ପ୍ରାର୍ଥୀ ସୁଭେନ୍ଦୁ ଅଧିକାରୀ ପାଖରୁ ହାରି ଯାଇଥିଲେ । ଏନେଇ ସେ ନିର୍ବାଚନ କମିଶନ ପାଖରେ ପୁନଃ ଭୋଟ ଗଣତି କରିବା ପାଇଁ ଦାବି କରିଥିଲେ । କିନ୍ତୁ ନିର୍ବାଚନ କମିଶନ ମମତାଙ୍କ ଦାବିକୁ ପ୍ରତ୍ୟାଖାନ କରିଥିଲା । ଏହା ପରେ ମମତା କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ମମତା ନନ୍ଦିଗ୍ରାମକୁ ନେଇ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି, ନନ୍ଦିଗ୍ରାମ ଲୋକମାନେ ଯାହା ଚାହାଁନ୍ତି ତାହା ଦିଅନ୍ତୁ ମୁଁ ଏହାକୁ ଗ୍ରହଣ କରେ । ନନ୍ଦିଗ୍ରାମ ଏକ ବଳିଦାନ ଥିଲା ଯାହା ବୃହତ ବିଜୟରେ ଆବଶ୍ୟକ ଥିଲା । ଆମେ ରାଜ୍ୟ ଜିତିଛୁ । ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟ ପ୍ରତୀଦ୍ୱନ୍ଦୀ ବିଜେପି ଓ ଟିଏମସି ମଧ୍ୟରେ ଅନେକ ବାର ବାକ୍ ଯୁଦ୍ଧ ଦେଖିବା ପାଇଁ ମିଳିଥିଲା । ତେବେ ପଶ୍ଚିମବଙ୍ଗରେ ମମତା ଜିତିବା ପରେ ବିଜେପିକୁ କଡା ଝଟକା ଲାଗିଛି । ମମତା ନନ୍ଦିଗ୍ରାମକୁ ପରୱା କରିନ୍ତି ନାହିଁ ବୋଲି କହିବା ସହ ସରକାର ଆମେ ଗଠନ କରିଛୁ ବୋଲି କହିଛନ୍ତି । ଏହା ସହ କହିଛନ୍ତି, ଯାହା ବି ଘଟିଛି ତାହା ଉତ୍ତମ ଅଟେ । ମୋତେ ବର୍ତ୍ତମାନ ସେତେ ନିୟମିତ ଯିବାକୁ ପଡିବ ନାହିଁ , ମୋତେ ସେହି ଉପାୟରେ ଉଦ୍ଧାର କରାଯାଇଛି । କିନ୍ତୁ ମୁଁ କୋର୍ଟକୁ ଯିବି କାରଣ ମୁଁ ଶୁଣିଛି ଯେ ସେଠାରେ କିଛି ଭୁଲ ଅଛି ।

Related Posts