ଆସାମରେ ବିଜେପିର ସରକାର ହେବ: ସୋନୋୱାଲ

ponewalla

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆସାମ ସମେତ ଚାରୋଟି ରାଜ୍ୟରେ ଆଜି ପ୍ରକାଶ ପାଉଛି ନିର୍ବାଚନୀ ଫଳାଫଳ । ତେବେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁସାରେ ଆସାମରେ ବିଜେପି ଦଳ ଆଗରେ ରହିଛି । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲ ବଡ ବୟାନ ଦେଇଛନ୍ତି । ସେ ଆତ୍ମବିଶ୍ୱାସର ସହ କହିଛନ୍ତି ଆସାମରେ ବିଜେପି ସରକାର ଗଠନ କରିବ । ଏହା ସହ ଲୋକମାନେ ଆମକୁ ଆଶୀର୍ବାଦ କରିଛନ୍ତି । ଆମେ ଏହାକୁ ଦୃଷ୍ଟିରେ ରଖି ଆତ୍ମବିଶ୍ୱାସର ସହ କହିପାରିବା କି ଆସାମରେ ବିଜେପି ହିଁ ସରକାର ଗଠନ କରିବ । ଅନ୍ୟପଟେ ଆମେ ଆମର ଅଂଶୀଦାର ଇଏଚ ଏବଂ ଟଚଚଖ ସହିତ କ୍ଷମତାକୁ ଫେରି ଆସୁଛୁ ବୋଲି ସୋନେୱାଲ ଗଣମାଧ୍ୟମକୁ କହିଛନ୍ତି । ଆସାମରେ ବିଜେପି ୭୮ଟି ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୪୭ଟିରେ ଆଗୁଆ ରହିଛି । ଅନ୍ୟ ଦଳମାନେ କେବଳ ଗୋଟିଏ ଆସନରେ ଆଗରେ ଅଛନ୍ତି । ସେପଟେ ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ କଡା ଟକ୍କର ହେଉଛି । ନନ୍ଦିଗ୍ରାମରେ କିଛି ସମୟ ପୂର୍ବରୁ ବିଜେପିର ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିଲା ବେଳେ ବର୍ତ୍ତମାନ ଟିଏମସି ଦଳର ସୁପ୍ରିମୋ ମମତା ବାନାର୍ଜୀ ପ୍ରାୟ ୧୫୦୦ ଭୋଟରେ ଆଗୁଆ ଅଛନ୍ତି ।

Related Posts