ନାକରେ ଲେମ୍ବୁ ରସ ପକାଇଲେ କରୋନା ହେବ ନାହିଁ ଭିଡିଓ ଫେକ

lemo0n

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦିନକୁ ଦିନ ମହାମାରୀ କରୋନା ସାରା ଦେଶରେ ତା’ର କାୟା ବିସ୍ତାର କରିଚାଲୁଛି । କରୋନାକୁ ନେଇ ଅନେକ ଫେକ ତଥ୍ୟ ଓ ଫେକ ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁଛି । ତେବେ ଜଣେ ସଂକ୍ରମିତଙ୍କ ନାକରେ ଲେମ୍ବୁରସ ପକାଇଲେ କରୋନା ହେବ ନାହିଁ ବୋଲି ପରାମର୍ଶ ଦେଉଥିବା ଜଣେ ବ୍ୟକ୍ତିଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏପରି କଲେ ଶରୀରରେ ଅକ୍ସିଜେନର ସ୍ତର ବଢିବା ସହ କରୋନାକୁ ରୋକି ହେବ ବୋଲି ଦାବି କରାଯାଉଛି । ତେବେ ଏହା ସମ୍ପୂର୍ଣ୍ଣ ଫେକ ବୋଲି ଜଣାପଡିଛି । ଅନ୍ୟପଟେ କିଛିଦିନ ପୂର୍ବରୁ ଶରୀରରେ ଅକ୍ସିଜେନର ସ୍ତର ବଢାଇବା ପାଇଁ ଜଣେ ଶିକ୍ଷକ ଲେମ୍ବୁ ଥେରାପି କରିଥିଲେ । ଏପରି କରି ଶିକ୍ଷକ ଜଣଙ୍କର ମୃତ୍ୟୁ ଘଟିଥିବାର ଘଟଣା ସାମ୍ନାକୁ ଆସିଛି । ତେବେ କୌଣସି ବୈଜ୍ଞାନିକ ପରୀକ୍ଷା ନ କରି ଏପରି ଦାବି କରିବାକୁ ସରକାର ନିନ୍ଦା କରିଛନ୍ତି । ଏବଂ ଏହି ଭିଡିଓଟି ସମ୍ପୂର୍ଣ୍ଣ ଫେକ ବୋଲି ସ୍ପଷ୍ଟ କରିଛନ୍ତି ।

Related Posts