ଗୁଜୁରାଟ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ୧୮ କରୋନା ରୋଗୀ ମୃତ

gujurat

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଗୁଜୁରାଟର ଭାରୁଚର ୱେଲଫେୟାର କୋଭିଡ ହସ୍ପିଟାଲରେ ଗତକାଲି ଏକ ବଡ ଧରଣର ଅଗ୍ନକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ତେବେ ଚାରି ମହଲା ବିଶିଷ୍ଟ ୱେଲଫେୟାର ହସ୍ପିଟାଲରେ ପ୍ରାୟ ୫୦ ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ଏମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ହସ୍ପିଟାଲରେ ନିଆଁ ଲାଗି ଯାଇଥିବାରୁ ହସ୍ପିଟାଲରେ ଥିବା ରୋଗୀମାନେ ଅଣ ନିଃଶ୍ୱାସୀ ହୋଇପଡିଥିଲେ । ତେବେ ଅଣନିଃଶ୍ୱାସ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବାର ସୂଚନା ମିଳିଛି ।

ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅନ୍ୟପଟେ ଏ ପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ପାରି ନାହିଁ । ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଥିବାର ସୂଚନା ମିଳିଛି । ଏପରି ଘଟଣା ଏହା ପୂର୍ବରୁ ମଧ୍ୟ ଘଟି ସାରିଛି । ତେବେ ଗୁଜୁରାଟର ସୁରଟ ସ୍ଥିତ ଏକ ହସ୍ପିଟାଲରେ ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରେ ପଡୋଶୀ ରାଜ୍ୟ ମହାରାଷ୍ଟ୍ରରେ ଘଟିଥିବା ଅଗ୍ନିକାଣ୍ଡରେ ୨୨ ଜଣଙ୍କର ମୃତ୍ୟୁ ଘଟିଥିଲା । ରାଜ୍ୟର ଅନ୍ୟ ଡାକ୍ତରଖାନା ଗୁଡିକରେ କେବଳ ଅଗ୍ନିକାଣ୍ଡରେ ହିଁ ୧୩ ଜଣ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

Related Posts