ଅଧିକ ଅକ୍ସିଜେନ୍ ଟ୍ୟାଙ୍କର ବନ୍ଦୋବସ୍ତ କରିବା ପାଇଁ ମୋଦିଙ୍କୁ ଅନୁରୋଧ କଲେ ଅଶୋକ ଗେହଲଟ

rajasthan

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରି ରାଜ୍ୟର ମେଡିକାଲ ଗୁଡିକରେ ଅମ୍ଳଜାନ ଯୋଗାଇବା ପାଇଁ କହିଛନ୍ତି । ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଏବଂ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି । ଏହାପରେ ମନ୍ତ୍ରୀଙ୍କ ଏକ ଦଳ ଦିଲ୍ଲୀରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା, ନଗର ଉନ୍ନୟନ ଏବଂ ଗୃହମନ୍ତ୍ରୀ ଶାନ୍ତି ଧରୱାଲ ଏବଂ ଶକ୍ତି ମନ୍ତ୍ରୀ ବି.ଡି. କାଲା ରାଜସ୍ଥାନର କୋଟାର ସାଂସଦ ଓମ ବିର୍ଲା, ସମସ୍ତ ମନ୍ତ୍ରୀମାନେ କେମିକାଲ୍ ଏବଂ ସାର ବିଭାଗର କେନ୍ଦ୍ର ମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଭେଟିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର କହିଛନ୍ତି ଯେ, ସେମାନେ ରାଜସ୍ଥାନକୁ ରେମଡେସିଭିର ଇଞ୍ଜେକ୍ସନ ସମେତ ଔଷଧ ଯୋଗାଣ ନିଶ୍ଚିତ କରିବାକୁ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସୋମବାର ରାତିରେ ଏକ ସମୀକ୍ଷା ମିଟିଙ୍ଗରେ ଶ୍ରୀ ଗେହଲୋଟ୍ ସେମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ, ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ଅନ୍ୟମାନଙ୍କୁ ଭେଟିବାକୁ ଦିଲ୍ଲୀ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ମଙ୍ଗଳବାର ଦିନ ଶ୍ରୀ ଗେହଲୋଟ୍ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ସହ ଫୋନରେ କଥା ହୋଇଥିଲେ ଏବଂ ତାଙ୍କୁ ରାଜ୍ୟରେ ବର୍ତ୍ତମାନର କରୋନାଭାଇରସ୍ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ସୂଚନାନୁସାରେ, ମେଡିକାଲ୍ ଅମ୍ଳଜାନ, ଟ୍ୟାଙ୍କର୍ ଏବଂ ଔଷଧ ଅଭାବ ବିଷୟରେ ଶ୍ରୀ ଗେହଲୋଟ୍ ଆଲୋଚନା କରିଥିଲେ। ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମେଡିକାଲ ଅମ୍ଳଜାନ ଏବଂ ରେମଡେସିଭିର ଇଞ୍ଜେକ୍ସନ ଯୋଗାଣ ନେଇ କେନ୍ଦ୍ର ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିଥିବା କହିଛନ୍ତି । ରାଜସ୍ଥାନକୁ ଦୈନିକ ୮୦ ମେଟ୍ରିକ୍ ଟନ୍ ଅମ୍ଳଜାନ ଦିଆଯାଉଛି ଓ ଏପ୍ରିଲ ୨୦ ରୁ ପ୍ରତିଦିନ ରାଜ୍ୟକୁ ୨୬୫ ମେଟ୍ରିକ୍ ଟନ୍ ଜୀବନ ରକ୍ଷାକାରୀ ଗ୍ୟାସ ଯୋଗାଇ ଦିଆଯାଉଛି ବୋଲି ମେଘୱାଲ କହିଛନ୍ତି।

Related Posts