କରୋନାରେ ଜୀ-ଓଡିଶାର ସାମ୍ବାଦିକ ମାନସ ଜୟପୁରିଆଙ୍କ ପରଲୋକ

manash bhai

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ମହାମାରୀ କରୋନାରେ ପ୍ରାଣ ହରାଇଲେ ବରିଷ୍ଠ ସାମ୍ବାଦିକ ମାନସ ଜୟପୁରିଆ । କରୋନାରେ ସଂକ୍ରମିତ ହୋଇ ସମ୍ବଲପୁର ଆରୋଗ୍ୟମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜୀ-ଓଡିଶାରେ ଜଣେ ସାମ୍ବାଦିକ ଭାବରେ କାର୍ଯ୍ୟ କରୁଥିଲେ । ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ସମୟଧରି ବିଭିନ୍ନ ଗଣମାଧ୍ୟମରେ କାମ କରିଥିଲେ । ୧୯୭୨ ମସିହା ଜୁନ ୧୧ ତାରିଖରେ ସମ୍ବଲପୁର ଠାରେ ସେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ସମଗ୍ର ଓଡିଶାରେ ଶୋକର ଛାୟା ଖେଳିଯାଇଛି ।

Related Posts