କୋଭିଡ ଡ୍ୟୁଟିରେ ଅବହେଳା: ମେଡିକାଲ କଲେଜ ପ୍ରିନ୍ସିପାଲଙ୍କୁ ହଟାଇଲେ ସରକାର

profeser

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ସମ୍ବନ୍ଧୀୟ ବ୍ୟବସ୍ଥା ତଥା ସେବା ତଦାରଖରେ ଅବହେଳା ଅଭିଯୋଗରେ ଉତ୍ତରପ୍ରଦେଶ ସରକାର ସାହାରନପୁରର ଏକ ସରକାରୀ ମେଡିକାଲ କଲେଜର ପ୍ରନ୍ସପାଲ୍ ଙ୍କୁ ନିଲମ୍ବିତ କରିଛନ୍ତି। ଗତ ବର୍ଷ ମେ ମାସରୁ ଶେଖ-ଉଲ-ହିନ୍ଦ୍ ମୌଲାନା ମହମଦ ହାସନ ମେଡିକାଲ କଲେଜର ଦାୟିତ୍ୱ ତୁଲାଉଥିବା ଡ (ପ୍ରଫେସର) ଦୀନେଶ ସିଂ ମାର୍ଟୋଲିଆଙ୍କ ସ୍ଥାନରେ , ନ୍ୟାସନାଲ ମେଡିକାଲ କଲେଜ, ମିରଟ୍ ର ଡ ଅରବିନ୍ଦ ତ୍ରିବେଦୀଙ୍କୁ ଦାୟିତ୍ବ ଦିଆଯାଇଛି । ଜଣେ ସରକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ , ଦୀନେଶ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କାରଣ ହେଉଛି ସେ ତାଙ୍କ କର୍ତ୍ତବ୍ୟ ସଠିକ୍ ଭାବେ ପାଳନ କରୁନଥିଲେ । ବରିଷ୍ଠ ଅଧିକାରୀ କହିଛନ୍ତି ଯେ , “ଡାକ୍ତରଖାନାକୁ ଅମ୍ଳଜାନ ଯୋଗାଣକୁ ନେଇ ସରକାରଙ୍କ କଡା ନିର୍ଦ୍ଦେଶ ସତ୍ତ୍ବେ 300 ରୁ 40 ଟି ସିଲିଣ୍ଡରର ଭାଲଭ୍ କାମ କରୁନଥିଲା । ” ସେ ଆହୁରି ମଧ୍ୟ କହିଛନ୍ତି ଯେ , “ଯାଞ୍ଚ୍ ସମୟରେ ଅମ୍ଳଜାନ ଯୋଗାଣ ଦାୟିତ୍ୱରେ ଥିବା ନବାବ ସିଂ ଏବଂ ଯୋଗାଣକାରୀ କମ୍ପାନୀ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ଯେ ସେମାନେ ନିୟମିତ ଭାବେ ଦୀନେଶ ସିଂଙ୍କୁ ଭାଲଭ୍ ମରାମତି କରିବାକୁ କହୁଥିଲେ ମଧ୍ୟ ସେ ଏହା ଉପରେ କାମ କରୁନଥିଲେ। ” ଏଥିସହ ଅଭିଯୋଗ ହୋଇଛି ଯେ , ଦୀନେଶ ସିଂ ରାତିରେ ମୋବାଇଲ୍ ଫୋନ୍ ବନ୍ଦ କରି ଦେଉଥିଲେ। ଏବଂ ଜରୁରୀକାଳୀନ ପରିସ୍ଥିତିରେ ନିଷ୍ପତ୍ତି ନେବାରେ ବିଳମ୍ବ ମଧ୍ୟ କରୁଥିଲେ । ଘଟଣାର ଅନୁସନ୍ଧାନରୁ ଜଣାପଡିଛି ଯେ ମେଡିକାଲ କଲେଜର ପ୍ରନ୍ସପାଲ୍ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନଥିଲା । ଏଥିସହ ଅଧିକାରୀ କହିଛନ୍ତି ଯେ ଟେଷ୍ଟିଂ କୁ ବ୍ୟାପକ କରିବା ପାଇଁ ପ୍ରଶାସନର କଡା ଆଦେଶ ସତ୍ତ୍ବେ ପ୍ରାୟ 5,000 ହଜାର RT-PCR ପରୀକ୍ଷା ରିପୋର୍ଟ କଲେଜ ଲାବୋରେଟୋରୀରେ ବିଚାରାଧୀନ ଅଛି।

Related Posts