ସାଙ୍ଗ ପାଇଁ ୨୪ ଘଣ୍ଟାରେ ୧୪୦୦ କିଲୋମିଟର ଯାଇ ଅକ୍ସିଜେନ ସିଲିଣ୍ଡର ଦେଲେ

34

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ କରୋନାର ସ୍ଥିତି ଦିନକୁ ଦିନ ବିଗିଡିବା ସହ ଅମ୍ଳଜାନର ଅଭାବ ଦେଖାଦେଉଛି । ଏପରିସ୍ଥଳେ ବନ୍ଧୁଙ୍କର ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ୧୪୦୦ କିଲୋମିଟର ଯାତ୍ରା କରି ଅକ୍ସିଜେନ ସିଲିଣ୍ଡର ତାଙ୍କ ବନ୍ଧୁଙ୍କୁ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ଚାରିପଟେ ଚର୍ଚ୍ଚା ଜୋର ଧରିଛି । ତେବେ ଦିଲ୍ଲୀର ଏକ ଆଇଟି ଫାର୍ମରେ ତାଙ୍କ ବନ୍ଧୁ ରଞ୍ଜନ ଅଗ୍ରୱାଲ କାମକରୁଥିଲେ । ରଞ୍ଜନଙ୍କର ସ୍ଥିତିକୁ ନେଇ ତାଙ୍କ ବାପା ମାଆ ପାଖରୁ ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ନିଜ କାରରେ ନୋଏଡା ଅଭିମୁଖେ ବାହାରିଥିଲେ । ତାଙ୍କ ବନ୍ଧୁଙ୍କ ପାଇଁ ଅକ୍ସିଜେନ ମଧ୍ୟ ସାଙ୍ଗରେ ଧରିକି ଯାଇଥିଲେ ଦେବେନ୍ଦ୍ର । ବୋକାରୋ ସହରରେ ଗୋଟିଏ ଅକ୍ସିଜେନ ସଂଗ୍ରହ କରିବା ପାଇଁ ବହୁ ପରିଶ୍ରମ କରିଥିଲେ ବୋଲି ଦେବେନ୍ଦ୍ର କହିଥିଲେ । ସେ ଅନେକ ଅକ୍ସିଜେନ କାରଖାନା ଓ ଯୋଗାଣକାରୀଙ୍କ ପାଖକୁ ଯାଇ ଅକ୍ସିଜେନ ଖୋଜିଥିଲେ । ଯେଉଁଠାରେ ଦେବେନ୍ଦ୍ରଙ୍କୁ ଏକ ଖାଲି ସିଲିଣ୍ଡର ଦେଲେ ସେମାନେ ତାଙ୍କୁ ଅକ୍ସିଜେନ ଦେବେ ବୋଲି କୁହାଯାଇଥିଲା । କିନ୍ତୁ ସେ ଖାଲି ସିଲିଣ୍ଡର ଯୋଗାଇ ପାରିବେ ନାହିଁ ବୋଲି କହିଥିଲେ । ଶେଷରେ ଦେବେନ୍ଦ୍ର ବାଲିଡିହ ଶିଳ୍ପାଞ୍ଚଳରେ ଥିବା ଅକ୍ସିଜେନ କାରଖାନାରେ ପହଁଞ୍ଚିଥିଲେ । ଏହା ପରେ ଜଣେ ଟେକ୍ନିସିଆନ ତାଙ୍କୁ ସୁରକ୍ଷା ଜମା ବିରୁଦ୍ଧରେ ଅକ୍ସିଜେନ ସିଲିଣ୍ଡର ଯୋଗାଇଦେବେ ବୋଲି କହିଥିଲେ । ଏହି ସିଲିଣ୍ଡର ପାଇଁ ଦେବେନ୍ଦ୍ରଙ୍କୁ ୧୦,୪୦୦ ଟଙ୍କା ଦେବାପାଇଁ ପଡିଥିଲା । ବାସ ଏହା ପରେ ସେ ବାହାରି ଯାଇଥିଲେ ତାଙ୍କ ବନ୍ଧୁଙ୍କ ପାଖକୁ । ତିନୋଟି ରାଜ୍ୟ ଦେଇ ଦୀର୍ଘ ୧୪୦୦ କିଲୋମିଟରକୁ ମାତ୍ର ୨୪ ଘଣ୍ଟାରେ ଅତିକ୍ରମ କରି ଦେବେନ୍ଦ୍ର ଉତ୍ତରପ୍ରଦେଶରେ ଥିôବା ତାଙ୍କ ବନ୍ଧୁଙ୍କ ପାଖରେ ପହଁଞ୍ଚିଥିଲେ । ତାଙ୍କର ଅକ୍ସିଜେନ ପହଞ୍ଚାଇବା ଫଳରେ ତାଙ୍କ ବନ୍ଧୁ ରଞ୍ଜନଙ୍କୁ ଗୁରୁତର ଅବସ୍ଥାରୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲା । ଆସୁଥିବା ସମୟରେ ଦେବେନ୍ଦ୍ରଙ୍କୁ ଦୁଇଥର ପୁଲିସ ଅଟକାଇଥିଲା । ବିହାର ରାଜ୍ୟରେ ପ୍ରବେଶ କଲାବେଳେ ଏବଂ ଉତ୍ତରପ୍ରଦେଶରେ ତାଙ୍କୁ ପୁଲିସ ଅଟକାଇଥିଲା । ପୁଲିସଙ୍କୁ ସମ୍ପୂର୍ଣ୍ଣ କଥା କହିବା ପରେ ତାଙ୍କୁ ଆଗକୁ ଯିବା ପାଇଁ ଅନୁମତି ମିଳିଥିଲା ବୋଲି ଦେବେନ୍ଦ୍ର କହିଛନ୍ତି । ବର୍ତ୍ତମାନ ତାଙ୍କ ବନ୍ଧୁଙ୍କର ସ୍ୱାସ୍ଥାବସ୍ଥା ସ୍ଥିର ଅଛି ଏବଂ ତାଙ୍କ ବନ୍ଧୁ ସମ୍ପୂର୍ଣ୍ଣ ସୁସ୍ଥ ନ ହେବା ପର୍ଯ୍ୟନ୍ତ ଦେବେନ୍ଦ୍ର ସେଠାରେ ରହିବେ ବୋଲି କହିଛନ୍ତି ।

Related Posts