କୋଭିଡ୍ ନିୟମ ଉଲ୍ଲଂଘନ କରିବାରୁ ଅଭିନେତା ଜିମି ଶେର୍ଗିଲଙ୍କ ବିରୋଧରେ ମାମଲା ରୁଜୁ

Untitled

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଞ୍ଜାବୀ ଫିଲ୍ମ ଅଭିନେତା ଜିମି ଶେର୍ଗିଲ କୋଭିଡ ଗାଇଡଲାଇନକୁ ଉଲ୍ଲଂଘନ କରିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତେବେ ନାଇଟ କର୍ଫ୍ଯୁର ଦୁଇ ଘଣ୍ଟା ପରେ ଲୁଧିଆନାର ଏକ ସ୍କୁଲରେ ୧୫୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନେଇ ସୁଟିଂ କରୁଥିଲେ । ଅନ୍ୟପଟେ ପଞ୍ଜାବ ସରକାର ସଂନ୍ଧ୍ୟା ୬ଟାରୁ ସକାଳ ୫ଟି ପର୍ଯ୍ୟନ୍ତ କର୍ଫ୍ଯୁ ଜାରି କରିଛନ୍ତି । ତେଣୁ ଜିମି ଶେର୍ଗିଲଙ୍କୁ ୩ ପାଣ୍ଡେମିକ ଆକ୍ଟ ଏବଂ ଅନ୍ୟାନ୍ୟ ବିଭାଗ ଅନୁଯାୟୀ ମାମାଲା ରୁଜୁ କରି ପୁଲିସ ତାଙ୍କୁ ଗିରଫ କରିଥିବାର ସୂଚନା ମିଳିଛି । ଏପଟେ ସ୍କୁଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ଏପ୍ରିଲ ୨୩ରୁ ମେ’୨ ପର୍ଯ୍ୟନ୍ତ ସ୍କୁଲ ପରିସରରେେ ସୁଟିଂ ପାଇଁ ପୁଲିସ ଠାରୁ ଅନୁମତି ଆଣିଥିଲେ । କୋଭିଡ ପ୍ରଟୋକଲ ଅନୁଯାୟୀ, ସ୍କୁଲ କ୍ୟାମ୍ପସରେ ସୁଟିଂ କରୁଥିଲେ ବୋଲି ପ୍ରଧାନ ଶିକ୍ଷକ ରଜିନ୍ଦର କୁମାର କହିଛନ୍ତି ।

Related Posts