(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମ ତ୍ରିପୁରାର ଜିଲ୍ଲାପାଳ ଶୈଳେଶ ଯାଦବଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କୋଭିଡ୍ ନିୟମ ଉଲ୍ଲଂଘନ କରୁଥିବା ଏକ ବିବାହ ଉତ୍ସବରେ ଚଢାଉ କରୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜିଲ୍ଲାପାଳ ପୋଲିସ କର୍ମଚାରୀଙ୍କୁ ପୁରୋହିତ, ବର ଏବଂ ଅତିଥିମାନଙ୍କୁ ମାଡ ମାରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି । ଶୈଳେଶ ଯାଦବ କହିଛନ୍ତି ଯେ ଏମାନଙ୍କ ବିରୋଧରେ ନାଇଟ୍ କର୍ଫ୍ୟୁ ଏବଂ ମହାମାରୀ ବିପର୍ଯ୍ୟୟ ଆଇନ ଅନୁଯାୟୀ ଏକ ମାମଲା ରୁଜୁ ହେବା ଉଚିତ୍। କେବଳ ଏତିକି ନୁହେଁ, ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀ ପ୍ରଶାସନକୁ ସହଯୋଗ କରୁନଥିବା ଜିଲ୍ଲାପାଳ ଅଭିଯୋଗ କରିଛନ୍ତି। ରାତି ପ୍ରାୟ 11 ଟାରେ କର୍ଫ୍ୟୁ ସମୟରେ ବିବାହ ସମାରୋହ ଆୟୋଜନ କରୁଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ ପାଇବା ପରେ ଜିଲ୍ଲାପାଳ ସେଠାରେ ରେଡ୍ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଜିଲ୍ଲାପାଳଙ୍କ ଏଭଳି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାପାଳ ଶୈଳେଶ ଯାଦବ କ୍ଷମା ମାଗିଛନ୍ତି ଏବଂ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାର ଭାବନାକୁ ଆଘାତ କରିବା ନଥିଲା । ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ମୁଖ୍ୟ ଶାସନ ସଚିବ ମନୋଜ କୁମାରଙ୍କୁ ଏହି ଘଟଣାରେ ରିପୋର୍ଟ ମାଗିଛନ୍ତି ।
Related Posts
-
Copyright © SatyaPatha2021