ଆଇସିୟୁ ବେଡ୍ ମିଳିଲାନି ରୋଗୀଙ୍କ ମୃତ୍ୟୁ କୁ ନେଇ ଡାକ୍ତରଙ୍କୁ ମାଡ ମାରିଲେ ପରିବାର ଲୋକ

medical

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଏହା ମଧ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ପରିବାର ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବା ଘଟଣା ସାମ୍ନାକୁ ଆସୁଛି। ଏହି ଭଳି ଏକ ଅଭାବନୀୟ ଘଟଣା ଘଟିଛି ସରିତା ବିହାରରେ ଥିବା ଆପୋଲୋ ହସ୍ପିଟାଲରେ । ଡାକ୍ତରଖାନାରେ 62 ବର୍ଷ ବୟସ୍କା ମହିଳା ରୋଗୀଙ୍କୁ ଆଇସିୟୁ ବେଡ ନମିଳିବାରୁୁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ଡାକ୍ତରଖାନା ଫାଟକ ନିକଟରେ ସମ୍ପର୍କୀୟଙ୍କ ପରିବାର ହସ୍ପିଟାଲ କର୍ମଚାରୀଙ୍କ ଉପରେ ଆକ୍ରମଣ କରୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓ କ୍ଲିପ୍ ରେ ହସ୍ପିଟାଲର କର୍ମଚାରୀ ଏବଂ କିଛି ଲୋକ ଡାକ୍ତରଖାନାର ପ୍ରବେଶ ଦ୍ୱାର ନିକଟ ପରିସରରେ ପରସ୍ପର ସହ ଲଢୁଥିବାର ଦେଖିବାକୁ ମିଳିଛି ।

ANI ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଡାକ୍ତରଖାନା କିମ୍ବା ରୋଗୀଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ ପୁଲିସ ପାଖକୁ କୌଣସି ଅଭିଯୋଗ ଆସିନାହିଁ। ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ୍ ହେଉଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଡାକ୍ତରଖାନା ପରିସରରେ ରକ୍ତ ଛିଟା , କବାଟ ଏବଂ ଆସବାବପତ୍ର ଭଙ୍ଗାରୁଜା ହୋଇ ପଡିଛି। ମଙ୍ଗଳବାର ସକାଳେ ଡାକ୍ତରଖାନାର ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଆଡମିଶନ କରାଯାଇଥିଲା। ତାଙ୍କୁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ସକାଳ ପ୍ରାୟ 8 ଟା ସମୟରେ ମୃତ୍ୟୁ ଘଟିଥିଲା, ଯାହା ପରେ ତାଙ୍କ ପରିବାର ସଦସ୍ୟ ଭଙ୍ଗାରୁଜା କରିବା ସହ ଡାକ୍ତରଖାନାର ସମ୍ପତ୍ତି ନଷ୍ଟ କରିବା ଏବଂ ଡାକ୍ତର ଓ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷ ରୋଗୀର ମୃତ୍ୟୁକୁ ନେଇ ଗଭୀର ସମବେଦନା ଜଣାଇଥିବା ବେଳେ ମହାମାରୀ ମଧ୍ୟରେ ନିରନ୍ତର ସେବା ଯୋଗାଉଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବିରୋଧରେ ରୋଗୀଙ୍କ ପରିବାରର ଆଚରଣକୁ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ଅନେକ ଡାକ୍ତର, ନର୍ସ ଏବଂ କର୍ମଚାରୀ ଆହତ ହୋଇଥିବା ମଧ୍ୟ କୁହାଯାଇଛି। ଗତ କିଛିଦିନ ଏହି ଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଥିଲା।

Related Posts