ମେ ୨ ରେ ଭୋଟ ଗଣତି କେନ୍ଦ୍ରରେ ପ୍ରବେଶ ପାଇଁ ପ୍ରାର୍ଥୀ ଓ ଏଜେଣ୍ଟ ମାନଙ୍କର RTPCR ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ଆସନ୍ତା ମେ ୨ ତାରିଖ ଦିନ ୫ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ତେବେ କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ତାମିଲନାଡୁର ମୁଖ୍ୟ ନିର୍ବାଚନ ଅଧିକାରୀ ସତ୍ୟବ୍ରତ ସାହୁ ସୋମବାର ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି , ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରାର୍ଥୀ ତଥା ରାଜନୈତକି ଦଳର ଏଜେଣ୍ଟ ମାନେ ଯିବାକୁ ହେଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ । ରିପୋର୍ଟ ଅନୁଯାୟୀ , ଯେଉଁମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ଥିବ କିମ୍ବା ଦୁଇ ଡୋଜ ଟିକା ନେଇଥିବା ପ୍ରମାଣପତ୍ର ଥିବ କେବଳ ସେମାନଙ୍କୁ ହିଁ ଭୋଟଗଣତି କେନ୍ଦ୍ର ଭିତରକୁ ପ୍ରବେଶ ନେଇ ଅନୁମତି ଦେବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଅନେକ ଜିଲ୍ଲା ଅଧିକାରୀ ନିର୍ବାଚନ ଆୟୋଗଙ୍କୁ ସୂଚନା ଦେଇଛନ୍ତି ଯେ, ସେମାନେ ରାଜନୈତକି ଦଳର ଏଜେଣ୍ଟ ମାନଙ୍କ ପାଖରେ ଗଣତି କେନ୍ଦ୍ରକୁ ପ୍ରବେଶ କରିବା ପାଇଁ ଆବଶ୍ୟକିୟୀ ଦସ୍ତାବିଜର ଯାଞ୍ଚ କରିବା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଏପ୍ରିଲ ୨୯ ଓ ୩୦ରେ ସ୍ୱତନ୍ତ୍ର କ୍ୟାମ୍ପର ଆୟୋଜନ କରିବେ । ପୂର୍ବରୁ ମାଡ୍ରାସ ହାଇକୋର୍ଟ କୋଭିଡ -19 ମହାମାରୀ ସମୟରେ ନିର୍ବାଚନ ସମାବେଶକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ କଡ଼ା ସମାଲୋଚନା କରିଥିଲେ। ସୋମବାର ଦିନ ମାଡ୍ରାସ ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ବାନାର୍ଜୀ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହର ପାଇଁ କେବଳ ନିର୍ବାଚନ ଆୟୋଗ ହିଁ ଦାୟୀ। ପ୍ରଧାନ ବିଚାରପତି କହିଛନ୍ତି ଯେ ନିର୍ବାଚନ ଆୟୋଗର ଅଧିକାରୀଙ୍କୁ ହତ୍ୟା ଅଭିଯୋଗ କରାଯାଉ। କୋର୍ଟ କହିଛନ୍ତି ଯେ ରାଜନୈତିକ ଦଳମାନଙ୍କୁ ରାଲି ଓ ବୈଠକ କରିବାକୁ ଅନୁମତି ଦେଇ ନିର୍ବାଚନ କମିଶନ ମହାମାରୀକୁ ବିସ୍ତାର କରିବାର ସୁଯୋଗ ଦେଇଛନ୍ତି ।

Related Posts