(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :କରୋନାର ଦ୍ୱିତୀୟ ଲହର ଭୟାନକ ରୂପ ଧାରଣ କରିବା ପାଇଁ ନିର୍ବାଚନ କମିଶନ ଦାୟୀ। ନିର୍ବାଚନ କମିଶନରଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର।ଯଦି ନିର୍ବାଚନ ବେଳେ ବଡ଼ ବଡ଼ ରାଲି କରିବାକୁ ନିର୍ବାଚନ କମିଶନ ଅନୁମତି ଦେଇନଥାନ୍ତେ ତେବେ ଆଜି କରୋନାର ଭାୟାନକ ବିସ୍ଫୋରଣ ରୂପ ଦେଖିବାକୁ ମିଳି ନଥାନ୍ତା। ତେଣୁ ଏସବୁ ପରିସ୍ଥିତି ପାଇଁ ନିର୍ବାଚନ କମିଶନର ଏକାକୀ ଦାଇ।ତାଙ୍କ ବିରୋଧରେ ହତ୍ୟା ଅଭିଯୋଗ ଅଣାଯିବା ଦରକାର।ମାଡ୍ରାସ ହାଇକୋର୍ଟ ଆଜି ଏଭଳି କ୍ରୂର ଭାଷାରେ ନିର୍ବାଚନ କମିଶନରଙ୍କ ଉପରେ ବର୍ଷିଛନ୍ତି।ମାଡ୍ରାସ ହାଇକୋର୍ଟ ଚେତାବନୀ ଦେଇଛନ୍ତିଯେ ଯଦି ଆସନ୍ତା ୨ ତାରିଖ ଦିନ କରୋନା ପ୍ରୋଟୋକଲକୁ ପାଳନ କରିବା ପାଇଁ ଆୟୋଗ ସଠିକ୍ ଯୋଜନା ନକରନ୍ତି ତେବେ ଭୋଟ୍ ଗଣନା ଉପରେ ପ୍ରତିବନ୍ଧକ ଲଗାଯିବ। ହାଇକୋର୍ଟ କହିଛନ୍ତି, ନିର୍ବାଚନ କମିଶନର ପ୍ରଚାର ବେଳେ ରାଜନୀତିକ ଦଳ ଉପରେ ରୋକ୍ ଲଗାଇବାରେ ବିଫଳ ହୋଇଛନ୍ତି। ସଠିକ ଭାବେ ପରିଚାଳନା ବିଫଳ ହେବାରୁ କମିଶନ କୋର୍ଟ ଚାଲାଣ ହେବା ଦରକାର ଓ ନିର୍ବାଚନ କମିଶନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ଦରକାର।ହାଇକୋର୍ଟର ପ୍ରଧାନ ବିଚାରପତି ଆଉ ମଧ୍ୟ ଇଲେକସନ କମିଶନରଙ୍କୁ କହିଛନ୍ତି, ‘ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଚିନ୍ତାଜନକ ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏଭଳି କଥା ମନେରଖିବାକୁ ପଡ଼ିବ। ଜଣେ ବ୍ୟକ୍ତି ବଞ୍ଚିବା ପରେ ହିଁ ସେ ତାଙ୍କର ଗଣତାନ୍ତ୍ରିକ ଅଧିକାରର ଲାଭ ଉଠାଇବାକୁ ସମର୍ଥ ହେବେ। ଏଥିସହିତ ପ୍ରଧାନ ବିଚାରପତି ଆୟୋଗଙ୍କୁ ପଚାରିଥିଲେ, ଯେତେବେଳେ ନିର୍ବାଚନ ରାଲି ଅନୁଷ୍ଠିତ ହୋଇଥିଲା ସେତେବେଳେ ଆପଣ ଅନ୍ୟ କୌଣସି ଗ୍ରହରେ ଥିଲେ କି ? ଏଭଳି ପ୍ରଶ୍ନ କରି ବର୍ଷିଛନ୍ତି ମାଡ୍ରାସ ହାଇକୋର୍ଟ।ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବରୁ ତାମିଲନାଡୁ ସରକାର ରାଜ୍ୟରେ କୋଭିଡ୍ ଆଇନକୁ କଡାକଡି କରିଦେଇଛନ୍ତି ଗତକାଲି ତାମିଲନାଡୁରେ ୧୫ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଯାବତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ପାର ହୋଇଛି । ସେହିପରି ଗତକାଲି ୮୨ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇଲେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩,୫୫୭ ଜଣ କରୋନାରେ ମୃତୁବରଣ କରିଛନ୍ତି।
Related Posts
-
Copyright © SatyaPatha2021