ସାମ୍ବାଦିକ କହି ଢାବା ମାଲିକ ଠୁ ନେଇଗଲେ ୫ ହଜାର ଟଙ୍କା

dhaba

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନିଜେ ସାମ୍ବାଦିକ କହି ଢାବା ମାଲିକ ଠାରୁ ନେଇଗଲେ ୫ ହଜାର ଟଙ୍କା । ଏପରି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ପଞ୍ଜାବର ମୋହାଲି ଢାବା ଠାରେ । ତେବେ ଲୁଟିଥିବା ସମ୍ବାଦିକ ଢାବାରେ ସ୍ୱଚ୍ଛତା ରକ୍ଷା କରୁନଥିବାର ଅଭିଯୋଗ କରିବା ସହ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବେ କହିଥିଲେ । ଏହା ପରେ ଢାବା ମାଲିକ ଠାରୁ ପ୍ରଥମେ ୧୦ ହଜାର ଓ ପରେ ଏହା ୫ ହଜାରରେ ଚୁକ୍ତି ଶେଷ ହୋଇଥିଲା । ଏ ନେଇ ମାଲିକ ନୁର ଅହମ୍ମଦ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକ୍ରମେ, ଏପ୍ରିଲ ୨୧ ତାରିଖରେ ରାତି ପ୍ରାୟ ୧,୩୦ରେ ତିନି ଜଣ ବ୍ୟକ୍ତି ତାଙ୍କ ଢାବାକୁ ଆସିଥିଲେ । ତେବେ ଢାବାର ସ୍ୱଚ୍ଛତା ରଖୁନଥିବାର ଅଭିଯୋଗ କରି ମାଲିକଙ୍କ ବିରୋଧରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଥିଲେ । ଅନ୍ୟପଟେ ଏହି ମାମଲାରେ ପୁଲିସ କାହାକୁ ଗିରଫ କରିନଥିବାର ସୂଚନା ମିଳିଛି ।

Related Posts