(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର:ଭାରତରେ କରୋନା ସଂକ୍ରମଣର ଦ୍ବିତୀୟ ଲହରରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତ ସହ ଯାତ୍ରୀଙ୍କ ଯାତାୟତ ଉପରେ ଜର୍ମାନୀ ସାମୟିକ ସୀମିତତା ଘୋଷଣା କରିଛି। ଆମର ଟୀକାକରଣ ଅଭିଯାନକୁ ବ୍ୟାଘାତ ନକରିବା ପାଇଁ ଆମକୁ ଭାରତ ସହିତ ଆମର ଯାତ୍ରୀବାହୀ ବିମାନ ଯାତାୟତକୁ ଯଥେଷ୍ଟ ସୀମିତ କରିବାକୁ ପଡିବ ବୋଲି ଜର୍ମାନ ସ୍ୱାସ୍ଥ୍ୟମନ୍ତ୍ରୀ ଜେନ୍ସ ସ୍ପାହନ୍ କହିଛନ୍ତି। ରବିବାର ସନ୍ଧ୍ୟା ଠାରୁ କେବଳ ଜର୍ମାନ ନାଗରିକମାନେ ଭାରତରୁ ଜର୍ମାନୀ ଆସି ପାରିବେ। ଜର୍ମାନୀ ଖୁବ୍ ଶୀଘ୍ର ଭାରତକୁ ଏହାର ବିପଦପୂର୍ଣ୍ଣ ଦେଶ ତାଲିକାରେ ଯୋଡିବ।
କୁଏତ୍, ବ୍ରିଟେନ, କାନାଡା, ହଂକଂ ଏବଂ ୟୁଏଇ ସମେତ ବିଶ୍ୱର ଅନେକ ଦେଶ ଭାରତରୁ ଯାତ୍ରୀବାହୀ ବିମାନ ଚଳାଚଳ ସ୍ଥଗିତ ରଖିଛନ୍ତି। ଗତ ବର୍ଷ ମହାମାରୀ ଆରମ୍ଭ ହେବା ପରଠାରୁ ଭାରତ ଶନିବାର ଦିନ ୩ ,୪୬ ,୭୮୬ ନୂତନ କରୋନା ମାମଲା ରେକର୍ଡ କରିଛି। ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଦେଶରେ ୨,୬୨୪ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। ଏପର୍ଯ୍ୟନ୍ତ ଭାରତରେ ୧ ,୬୬ ,୧୦,୪୮୧ କରୋନା ମାମଲା ରିପୋର୍ଟ ହୋଇଛି।
Related Posts
-
Copyright © SatyaPatha2021