କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ କରୋନା ସମ୍ପର୍କିତ ୫୨ଟି ପୋଷ୍ଟକୁ ହଟାଇଲା ଟ୍ୱିଟର

190

ମନ୍ତ୍ରୀ ମଳୟ ଘଟ୍ଟକ, ଏମପି ରେଭନ୍ତ ରେଡ୍ଡି, ଫିଲ୍ମ ନିର୍ମାତା ବିନୋଦ କାପ୍ରିଙ୍କ ଟ୍ୱିଟ ସାମିଲ
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କୋଭିଡ ମହାମାରୀ ମୁକାବିଲା ଓ ପରିଚାଳନା କାର୍ଯ୍ୟରେ କେନ୍ଦ୍ର ସରକାରଙ୍କର ଭୂମିକାକୁ ସମାଲୋଚନା କରି ପୋଷ୍ଟିଂ କରିଥିବା ୫୨ଟି ଟ୍ୱିଟକୁ ଟ୍ୱିଟର କତ୍ତୃପକ୍ଷ ହଟାଇ ଦେଇଛନ୍ତି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଜରୁରୀ ନିର୍ଦ୍ଦେଶ ପାଇବା ପରେ ଟ୍ୱିଟର କତ୍ତୃପକ୍ଷ ଏହି ସବୁ ଟ୍ୱିଟକୁ ହଟେଇ ଦେଇଥିବା ଲୋମେନ ଡାଟାବେସ ଏବଂ ମିଡିଆନାମା ରିପୋର୍ଟରୁ ପ୍ରକାଶ । ଯେଉଁମାନଙ୍କର ଟ୍ୱିଟ ହଟାଯାଇଛି ଏ ତାଲିକାରେ ପଲିଟିସିଆନ, ମିନିଷ୍ଟର, ଲୋକସଭା ଏମପି, ଫିଲ୍ମ ନିର୍ମାତା ଓ ଅଭିନେତା ସାମିଲ ଅଛନ୍ତି । ଏ ସକ୍ରାନ୍ତରେ ମିଡିଆନାମା ପକ୍ଷରୁ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ଏଥିଷର ଉଲ୍ଲେଖ ଅଛି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ମନ୍ତ୍ରୀ ମଳୟ ଘଟ୍ଟକ, ତେଲେଙ୍ଗାନାର ପିସିସି କାର୍ଯ୍ୟକାରୀ ସଭାପତି ତଥା ଏମପି ରେଭନ୍ତ ରେଡ୍ଡି ଓ ଫିଲ୍ମ ନିର୍ମାତା ବିନୋଦ କାପ୍ରି ଓ ଫିଲ୍ମ ନିର୍ଦ୍ଦେଶକ ଅବିନାଶ ଦାସ, ଅଭିନେତା ବିନୀତ କୁମାର ସିଂହ ପ୍ରମୁଖଙ୍କ ଟ୍ୱିଟକୁ ହଟେଇ ଦିଆଯାଇଛି । ଏହି ସବୁ ବିଦାଦୀୟ ଟ୍ୱିଟକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଇନତହ ଅନୁରୋଧ କରାଯାଇଥିଲା । ଉଭୟ ଟ୍ୱିଟର ନିୟମ ଏବଂ ସ୍ଥାନୀୟ ସରକାରୀ ଆଇନକୁ ତର୍ଜମା କରି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ଟ୍ୱିଟର ମୁଖପାତ୍ର ଜଣାଇଛନ୍ତି । ଏହା ବ୍ୟତୀତ ସମ୍ପୃକ୍ତ ଟ୍ୱିଟର ଏକାଉଣ୍ଟ ହଲ୍ଡର ମାନଙ୍କୁ ଲିଗାଲ ନୋଟିସ ପଟାଯାଇଛି ବୋଲି ଟ୍ୱିଟର ପକ୍ଷରୁ ସୂଚନା ମିଳିଛି ।

Related Posts