କରୋନା ଆଲୋଚନାକୁ ଲାଇଭ୍ କରି ପ୍ରଧାନମନ୍ତ୍ରୀଙ୍କୁ କ୍ଷମା ମାଗିଲେ କେଜରିୱାଲ

ସତ୍ୟପାଠ ବ୍ୟୁରୋ (ଭୁବନେଶ୍ୱର) ; ଦେଶରେ କରୋନା ସ୍ଥିତିର ସୁଧାର ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ବୈଠକରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟବହାରକୁ ନେଇ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋଟକଲ ଭାଙ୍ଗିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହିପରି କଡା ଶବ୍ଦ ଶୁଣିବା ପରେ ସେ ହାତଯୋଡି କ୍ଷମା ପ୍ରାର୍ଥନା କରିଥିଲେ । ବାସ୍ତବରେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସମ୍ବୋଧନ କରୁଥିବା ବେଳେ ସେ ଏହାର ଲାଇଭ୍ କରିଥିଲେ । ତେବେ ପ୍ରଧାନମନ୍ତ୍ରୀଙ୍କୁ ଏହି କଥା ଅବଗତ ହେବାରୁ ସେ ସଙ୍ଗେ ସଙ୍ଗେ ଅଟକାଇଥିଲେ । ଏବଂ କହିଥିଲେ , “ଏଭଳି ଇନ ହାଉସ ମିଟିଂରେ ଲାଇଭ କରିବା ଅନୁଚିତ୍ ଆଗକୁ ସଂଯମତା ରକ୍ଷା କରିବାକୁ ପଡିବ ।” ତେବେ କେଜରିୱାଲ ଏଥିଲାଗି ଆଗକୁ ଯତ୍ନବାନ ହେବେ ବୋଲି କହିବା ସହ କ୍ଷମା ମାଗିଥିଲେ । ଏହି ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଯେ , ଅମ୍ଲଜାନ ଅଭାବ ହେତୁ ଲୋକମାନେ ବହୁତ ଯନ୍ତ୍ରଣା ଭୋଗୁଛନ୍ତି । ଦିଲ୍ଲୀକୁ ଆସୁଥିବା ସାମସ୍ତ ଅମ୍ଲଜାନ ଟ୍ୟାଙ୍କର ଗୁଡିକର ସୁଗମ ପରିଚାଳନ ପାଇଁ ସେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ।

Related Posts