ମର୍ଣ୍ଣିଂୱାର୍କ ପାଇଁ ଘଣ୍ଟାଏ କୋହଳ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ସପ୍ତାହନ୍ତ ସଟଡାଉନ । ଆଜି ରାତି ୯ଟାରୁ ଆରମ୍ଭ ହେଉଥିବା ନାଇଟ କର୍ଫ୍ୟୁ ଶନିବାର ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ଶନିବାର ଓ ରବିବାର ସଟଡାଉନ ହେଉଥିବାରୁ ଆଜି ରାତି ୯ଟାରୁ ସୋମବାର ସକାଳ ୫ ଟା ପର୍ଯ୍ୟନ୍ତ ଦୋକାନ, ବଜାର ଓ ଗାଡି ଚଳାଚଳ ବନ୍ଦ ରହିବ । ତେବେ ଶନିବାର ଓ ରବିବାର ଗୋଟିଏ ଘଣ୍ଟା ପାଇଁ କୋହଳ ଜଗିଙ୍ଗ୍‌, ମର୍ଣ୍ଣିୱାର୍କ କରୁଛନ୍ତି ସେମାନଙ୍କୁ କୋହଳ କରାଯିବ । ଆଜି ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି । ତେବେ ସପ୍ତାହନ୍ତ ସଟଡାଉନ ଓ ନାଇଟ କର୍ଫ୍ୟୁ ସମୟରେ ଅତ୍ୟାବଶକ ସେବାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସେବା ବନ୍ଦ ରହିବ । ସେହିଭଳି ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ଗତକାଲି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି । କେବଳ ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ କିମ୍ବା ଟିକାର ଦୁଇ ଡୋଜ ନେଇଥିଲେ ହୋମ କ୍ୱାରେଣ୍ଟାଇନ ପାଇଁ ଅନୁମତି ମିଳିବ ।

Related Posts