“ଦିଲ୍ଲୀର ଦୁଇ ଗୁଣ୍ଡାଙ୍କ ହାତରେ ବେଙ୍ଗଲକୁ ଟେକି ଦେଇ ପାରିବୁନି ” : ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଆଜି ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ କଟୁ ଭାଷାରେ ଟାର୍ଗେଟ କରିଛନ୍ତି । ସେ ଦକ୍ଷିଣ ଦିନାଜପୁରରେ ଏକ ରାଲି କୁ ସମ୍ବୋଧନ କରି କହିଛନ୍ତି , “ଆମେ ବେଙ୍ଗଲକୁ ଦିଲ୍ଲୀର ଦୁଇ ଗୁଣ୍ଡାଙ୍କ ହାତରେ ଟେକି ଦେଇ ପରିବୁନି ।’ ସେ ଆହୁରି ମଧ୍ୟ କହିଛନ୍ତି , “ମୁଁ ଏକ ଖେଳାଳୀ ନୁହେଁ , କିନ୍ତୁ କେମିତି ଖେଳିବି ଜାଣେ । ପୂର୍ବରୁ ଲୋକସଭାରେ ମୁଁ ଜଣେ ଭଲ ଖେଳାଳୀ ଥିଲି ।’ ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଅଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି । ଏହି ପର୍ଯ୍ୟାୟରେ ୪୩ଟି ଆସନ ପାଇଁ ମତଦାନ ହେଉଛି । ଏଥିରେ ୧ କୋଟି ୪୦ ଲକ୍ଷ ରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।

Related Posts