ଓଡିଶାରୁ ଉଡାଜାହାଜରେ ଅକ୍ସିଜେନ ନେବ ଦିଲ୍ଲୀ ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଦିଲ୍ଲୀକୁ ବିମାନ ମାଧ୍ୟମରେ ଅକ୍ସିଜେନ ପଠାଇବ ଓଡିଶା । ଏ ନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି । ତେବେ ରାଜଧାନୀ ଦିଲ୍ଲୀର ଅନେକ ସହର ଡାକ୍ତରଖାନା ଗୁଡିକରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । ଏ ପରିସ୍ଥଳେ ଓଡିଶା ଅକ୍ସିଜେନ ଦେବା ସ୍ୱାଗତଯୋଗ୍ୟ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ଏହା ସହ ଦିଲ୍ଲୀର ଅମ୍ଳଜାନ କୋଟାକୁ ବୃଦ୍ଧି ଦିଗରେ ଉଦ୍ୟମ କରିଥିବାରୁ କେନ୍ଦ୍ର ସରକାର ଓ ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ତେବେ ଏପରି ଏକ ଗୁରୁତ୍ୱପୁର୍ଣ୍ଣ ସମୟରେ ସମୟକୁ ବଞ୍ଚାଇବା ପାଇଁ ବିମାନ ଯୋଗେ ଓଡିଶାରୁ ଅକ୍ସିଜେନ ଆସିବାର ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦିଲ୍ଲୀର ଦୈନିକ ୩୭୮ MT ମେଡିକାଲ ଅମ୍ଳଜାନ କୋଟା ରହିଛି । ଯାହାକୁ ବୃଦ୍ଧିକରି ୪୮୦ MTକୁ ବୃଦ୍ଧି କରାଯାଇଛି । ଏପରି ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦିଲ୍ଲୀର ଦୈନିକ ୭୦୦MT ଅମ୍ଳଜାନରୁ ଅଧିକ ଅମ୍ଳଜାନ ଯୋଗାଣ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Related Posts