କରୋନା ଯୁଦ୍ଧରେ ପୁଣି ଯୋଗ ଦେଲା ଭାରତୀୟ ରେଳ


(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ଅମ୍ଳଜାନ ଅଭାବ ଦୂର କରିବା ପାଇଁ ଏବେ ଗଡିବ ଅମ୍ଳଜାନ ଏକ୍ସପ୍ରେସ । କରୋନା ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ଅମ୍ଳଜାନ ସିଲିଣ୍ଡର ପରିବହନ ପାଇଁ ଆସନ୍ତା କିଛି ଦିନ ମଧ୍ୟରେ ସାରା ଦେଶରେ ପହଁଚାଇବ ଭାରତୀୟ ରେଳ । ଭାଇଜାଗ,ଜାମସେଦପୁର,ରାଉରକେଲା, ଏବଂ ବୋକେରୋରୁ ତରଳ ଅମ୍ଳଜାନ ଲୋଡ୍ କରିବା ପାଇଁ ଖାଲି ଟ୍ୟାଙ୍କର ମୁମ୍ବାଇ, କାଲାମ୍ବୋଲି ଏବଂ ବେଇସର ରେଳ ଷ୍ଟେସନନରୁ ଯାତ୍ରା ଆରମ୍ଭ କରିବ ବୋଲି ଅଧିକାରୀ ମାନେ କହିଛନ୍ତି ।
ଅମ୍ଳ୍‌ଜାନ ଏକ୍ସପ୍ରେସ ପାଇଁ ରୋଲ ଅନ ରୋଲ ଅଫ୍ ଅମ୍ଳଜାନ ଟ୍ରକ ଲୋଡ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ନେତୃତ୍ୱରେ ଭାରତ ସରକାର କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟରେ କହିଛନ୍ତି ।
ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ପୂର୍ବରୁ ରେଳ ମନ୍ତ୍ରାଳୟ ନିକଟକୁ ଯାଇ ଅମ୍ଳଜାନ ଟ୍ୟାଙ୍କରଗୁଡିକୁ ରେଳ ଦ୍ୱାରା ସ୍ଥାନାନ୍ତର କରାଯାଇପାରିବ କି ନାହିଁ ସୁପାରିଶ କରିଥିଲେ । ଦୁଇ ରଜ୍ୟରୁ ଅନୁରୋଧ ପାଇବାପରେ ରେଳବାଇ ତୁରନ୍ତ ଅମ୍ଳଜାନ ପରିବହନ କରିବା ପାଇଁ ରୋଲ ଅନ ରୋଲ ଅପ ମାଧ୍ୟମରେ ପକ୍ରିୟା ନିଶ୍ଚିତ କରିଛନ୍ତିି ।
ଅମ୍ଳଜାନ ଅଭାବକୁ ନେଇ ସାରା ଦେଶରେ ହା ହା କାରା ପରିସ୍ଥିତି ସୃଷ୍ଟି ହେଇଥିବା ବେଳେ ଅମ୍ଳଜାନ ଏକ୍ସପ୍ରେସ ଏହି ସଙ୍କଟ ଦୁର କରିବାରେ ସହାୟକ ହେବ ।

Related Posts