(ସତ୍ୟପାଠ ବ୍ୟୁରୋ)କଟକ: ଟୁଇନସିଟିରେ ସ୍ଵେରେଜ ଦୁର୍ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବିରକ୍ତି ପ୍ରକାଶ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା କରାଯାଉ ନଥିବାରୁ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଇନ ଅନୁଯାୟୀ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୧୯ ତାରିଖରେ ଭୁବନେଶ୍ଵରରେ ସ୍ଵେରେଜ ଟାଙ୍କି ସଫା ସମୟରେ ୨ ଶ୍ରମିକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ। ଏପ୍ରିଲ ୧୫ ତାରିଖରେ କଟକର ସିଡିଏ ସେକ୍ଟର-୧୦ରେ ସ୍ଵେରେଜ କାମ କରୁଥିବା ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ଉକ୍ତ ଘଟଣାରେ ଫୌଜଦାରି ମାମଲା ରୁଜୁ କରି ତଦନ୍ତ କରିବାକୁ ହାଇକୋର୍ଟ ସରକାରଙ୍କୁ ଆଦେଶ ଦେଇଛନ୍ତି। ଯଦି ମୃତକ SC କିମ୍ବା ST ବର୍ଗର ହୋଇଥାନ୍ତି, ତେବେ ଏସସି/ଏସଟି ଆଇନ ଅନୁସାରେ ମାମଲା ରୁଜୁ କରିବାକୁ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Related Posts
-
Copyright © SatyaPatha2021