ପାଲଲହଡା: ଗ୍ରାହକଙ୍କ ଆକାଉଣ୍ଟରୁ ଟଙ୍କା ଲୁଟୁଛନ୍ତି ଆମ ବ୍ୟାଙ୍କ ସେବା କେନ୍ଦ୍ର ଅଧକାରୀ, ନିରବଦ୍ରଷ୍ଟା ବ୍ୟାଙ୍କ କର୍ତ୍ତୃପକ୍ଷ

ପାଲଲହଡା, 14/1(ସତ୍ୟପାଠ): ବିବାଦରେ ଆମ ବ୍ୟାଙ୍କ ସେବା କେନ୍ଦ୍ର ଅଧକାରୀl ଗ୍ରାହକଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ହଜାର ହଜାର ଟଙ୍କାl ଏମିତି ଖବର ବାରମ୍ବାର ସାମ୍ନାକୁ ଆସୁଥିଲେ ସୁଦ୍ଧା କୌଣସି ବ୍ୟାଙ୍କ ଵା ପ୍ରଶାସନ ପକ୍ଷରୁ କିଛି ପଦେକ୍ଷପ ନିଆଯାଉ ନଥିବାରୁ ଗରିବ ଲୋକ ମାନେ ପ୍ରତିଦିନ ପାଲଲହଡା ଅଞ୍ଚଳରେ ଲୁଟର ଶିକାର ହେଉଛନ୍ତି l କିଛି ଦିନ ପୂର୍ବରୁ ଜଣେ ବୃଦ୍ଧା ମହିଳା ଆଧାର ଲିଙ୍କ କରିବାକୁ ଆସି ତାଙ୍କ ଆକାଉଣ୍ଟରେ ଥିବା ଶୁଭଦ୍ରା ଯୋଜନାର ଦଶ ହଜାର ଟଙ୍କା ଗାଏବ ହେବାର ଖବର ସତ୍ୟପାଠ ନ୍ୟୁଜରେ ପ୍ରସାରଣ ପରେ ପୋଲିସ ଘଟଣାର ତଦନ୍ତ କରି ମହିଳାଙ୍କୁ ସୁଭଦ୍ରା ଟଙ୍କା ଫେରସ୍ତ କରାଇବା ଘଟଣା ମନ ରୁ ନ ଲିଭୁଣୁ ପୁଣି ଆଉ ଏକ ବ୍ୟାଙ୍କ ସେବା କେନ୍ଦ୍ର ଅଧକାରୀ ପଚାଶ ହଜାରରୁ ଉର୍ଦ୍ଧ ଟଙ୍କା ଲୁଟି ନେଇ ଥିବା ଖବର ସାମ୍ନାକୁ ଆସିଛିl ଯାହା ସମସ୍ତଙ୍କୁ ଚକିତ ଓ ଆଶ୍ଚଯ୍ୟ କରିଛି l

ସୂଚନା ଅନୁସାରେ, ପାଲଲହଡା SBI ଶାଖା ଅଧୀନରେ ଥିବା ଚଷାଗୁରୁଜlଙ୍ଗ ଗାଁର ଆମ ବ୍ୟାଙ୍କ ସେବା କେନ୍ଦ୍ରର ଅଧକାରୀ ହିମାଂଶୁ ସାହୁ, ଶିଆରିମାଳିଆ ଗାଁର ଦିଲୀପ କୁମାର ବେହେରା ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ତିନୋଟି ପର୍ଯ୍ୟାୟରେ 56100.00 ଟଙ୍କା ଅତି ଚତୁରତାର ସହିତ ଲୁଟି ନେଇଛନ୍ତି l ସୂଚନା ଥାଉ କି, ପଂଚାୟତ କାର୍ଯ୍ୟାଳୟରେ ସେବା କେନ୍ଦ୍ର ନାଁ ରେ ଏକ ବର୍ଷ ହେବ ଗରିବ ଲୋକଙ୍କ ଭତ୍ତା ଟଙ୍କା ଠାରୁ ଆରମ୍ଭ କରି ବ୍ୟକ୍ତି ଗତ ଟଙ୍କା ମଧ୍ୟ ହରି ଲୁଟ କରୁ ଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ସବୁ ଜାଣି ଚୁପ ରହି ଆସୁଛନ୍ତିl

ଅଭିଯୋଗ ଅନୁସାରେ ଦିଲୀପ ବେହେରାଙ୍କ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର 32921919645 ରୁ ହିମାଂଶୁ ସାହୁ ପ୍ରଥମ ପର୍ଯ୍ୟାୟରେ ତା11.11.2024 ରିଖ ଦିନ 30 ହଜାର ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ତା12.11.2024 ରିଖ ଦିନ 25 ହଜାର ଟଙ୍କା ଓ ତା19. 11.2024 ରିଖ ଦିନ 1100 ଟଙ୍କା ଚଞ୍ଚକତା କରି ଉଠାଇ ନେଇ ଥିଲେ ସୁଦ୍ଧା ଦିଲୀପ କୌଣସି ଟେର ପାଇ ପାରି ନଥିଲେl ସେ ହିମାଂଶୁ ପଖାକୁ ଟଙ୍କା ଉଠାଇଵାକୁ ଆସି ତିନି ଥର ଯାକ ଲୁଟର ଶିକାର ହୋଇଥିଲେl ପରେ ଦିଲୀପଙ୍କର ସଂନ୍ଦେହେ ହେବାରୁ ପାଲଲହଡା ଆସି ପାସବୁକ ଅପଡେଟ କରି ଜାଣିବାକୁ ପାଇଥିଲେ ତାଙ୍କ ଆକାଉଣ୍ଟରୁ 56100.00 ଟଙ୍କା ହିମାଂଶୁ ସାହୁ ଟ୍ରାନ୍ସଫର କରି ନେଇଛିl ଦିଲୀପ ଟଙ୍କା ହଡପ ହୋଇ ଥିବା ପାଲଲହଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣା ପଡିଛିl

ଦିଲୀପଙ୍କ ଆକାଉଣ୍ଟରୁ 56100.00 ଟଙ୍କା ହଡପ ସମ୍ପର୍କରେ ଆମ ବ୍ୟାଙ୍କ ସେବା ଅଧକାରୀ ହିମାଂଶୁ ସାହୁଙ୍କୁ ପଚାରିବାରୁ ସେ ସବୁ ସତ କଥା ମାନି ଯାଇଥିଲେ l ସେ ତିନୋଟି ପର୍ଯ୍ୟାୟ ରେ ସମସ୍ତ ଟଙ୍କା ହଡପ କରି ନେଇଥିବା କଥାକୁ ସ୍ୱୀକାର କରିଛିl ଅନ୍ୟ ପକ୍ଷରେ ପାଲଲହଡା ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସଫଳ ହୋଇପାରିନାହିଁ l ଦୀର୍ଘ ଏକ ବର୍ଷ ହେବ ହିମାଂଶୁ ସାହୁ ଏଭଳି ଗରିବ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଲୁଟ କରୁଥିଲେ ସୁଦ୍ଧା ବ୍ୟାଙ୍କ ପକ୍ଷରୁ ହିମାଂଶୁଙ୍କ ବିରୋଧ ଏଯାବତ କୌଣସି ପଦକ୍ଷେପ ନିଆ ନଯିବା ଏକ ପରୀତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହେଉଛିl ଏଠି ପ୍ରଶ୍ନ ଉଠେ କାହା ବଳରେ ବଳିୟାନ ହିମାଂଶୁ ସାହୁ ? ବାରମ୍ବାର ଅଭିଯୋଗ ପରେ ମଧ୍ୟ ବ୍ୟାଙ୍କ ପକ୍ଷରୁ କାହିଁକି ହିମାଂଶୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁସ୍ଥାନ ନିଆଯାଉ ନାହିଁ ? ତେବେ ହିମାଂଶୁଙ୍କ ନାମରେ ଆସିଥିବା ଏହି ସାଙ୍ଘାତିକ ଅଭିଯୋଗକୁ ଉଚ୍ଚ ସ୍ତରୀୟ ତଦନ୍ତ କଲେ ଅନେକ ଗରିବ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ହଡପର ବାସ୍ତବ ରହସ୍ୟ ସତ୍ୟା ସତ୍ୟ ଜଣା ପଡିବା ସହିତ ତାର କଳା କାରନାମାର ଅସଲ ମୁଖା ଖୋଲି ପାରିବ l

Related Posts