‘ପୋଲିସକୁ ଦେଖିଲେ ମୋତେ ଡର ଲାଗୁଛି..’: ନବ ଦାସଙ୍କ ପୁଅ ବିଶାଳ ଦାସ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ପୁଅ ତଥା ଝାରସୁଗୁଡ଼ାର ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଭାଇ ବିଶାଳ ଦାସ ଆଜି ସମ୍ବଲପୁର ଉତ୍ତରାଞ୍ଚଳ ପୋଲିସ IGଙ୍କୁ ଭେଟି ଅଇଁଠାପାଲି ସ୍ଥିତ ହୋଟେଲରେ ପୋଲିସ ଯାଞ୍ଚକୁ ନେଇ ଫେରାଦ ହୋଇଛନ୍ତି ।ବିନା ସର୍ଚ୍ଚ ୱାରେଣ୍ଟରେ ଯାଞ୍ଚକୁ ନେଇ ପ୍ରତିବାଦ କରି ଏବେ ପୋଲିସକୁ ଦେଖିଲେ ଡର ଲାଗୁଛି ବୋଲି ସେ କହିଛନ୍ତି ।

ବିଶାଳ କହିଛନ୍ତି ଯେ, ସମ୍ବଲପୁର ସ୍ଥିତ ତାଙ୍କ ହୋଟେଲ ଡ଼ି-ଲଞ୍ଜରେ ଆଜି ପୋଲିସ ବିନା ସର୍ଚ୍ଚ ୱାରେଣ୍ଟରେ ଯାଞ୍ଚ କରିଥିଲା । ପୋଲିସ ସହିତ ସାଧା ପୋଷାକରେ କିଛି ଲୋକ ମଧ୍ୟ ହୋଟେଲ ମଧ୍ୟକୁ ପଶିଥିଲେ । ପୂର୍ବରୁ ପୋଲିସ ଗୁଳିରେ ମୋ ବାପାଙ୍କୁ ହରାଇଥିବା ବେଳେ ଏବେ ପୋଲିସର ଏଭଳି ଯାଞ୍ଚ ପରେ ପୋଲିସକୁ ଦେଖିଲେ ମୋତେ ଭୟ ଲାଗୁଛି ବୋଲି ସେ କହିଛନ୍ତି । ଏହାସହିତ ଉତ୍ତରାଞ୍ଚଳ IG ହିମାଂଶୁ ଲାଲଙ୍କୁ ଭେଟି ସୁରକ୍ଷା ମାଗିଛନ୍ତି ବିଶାଳ।

ଅନ୍ୟପଟେ ଏକ ନିଖୋଜ ମାମଲାରେ ଏହି ଯାଞ୍ଚ ହୋଇଥିବା କହିଛନ୍ତି ଉତ୍ତରାଞ୍ଚଳ IG ହିମାଂଶୁ ଲାଲ।

Related Posts