‘ବିଜେଡି ବଞ୍ଚିକି ଥାଉ, ଆଉ ଅପମାନିତ ହେଉଥାଉ’: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜି ପୁଣି ବିଜେଡିକୁ ତାତ୍ସଲ୍ୟ କରିଛନ୍ତି ଜୟନାରାୟଣ ମିଶ୍ର । ବିଜେଡିରୁ ଜଣେ ପରେ ଜଣେ ରାଜ୍ୟସଭା ସାଂସଦଙ୍କ ଇସ୍ତଫାକୁ ନେଇ ସେ କହିଛନ୍ତି, ଭଗବାନ କରନ୍ତୁ ତାଙ୍କ ପାଖରେ ଲୋକ ରୁହନ୍ତୁ । ଦଳଟା ଭାଙ୍ଗିଗଲେ ଦୁଃଖ ଲାଗିବ। ଦଳ ଟା ଥାଉ, ଦୀର୍ଘଜୀବୀ ହୁଅନ୍ତୁ ଏବଂ ଅପମାନିତ ହେଉଥାଆନ୍ତୁ । ମୁଁ ଶତ୍ରୁ କୁ ମାରିବାକୁ ଚାହେଁନି । ଜୀବନରେ ମିତ୍ରର ଯେତିକି ଆବଶ୍ୟକତା ଶତ୍ରୁର ସେତିକି ଆବଶ୍ୟକତା ଅଛି। ବିଜେପି ଚାହୁଁନି ବିଜେଡ଼ି ଭାଙ୍ଗୁ , ଆମର ଲକ୍ଷ ନୁହେଁ ବିଜେଡ଼ିକୁ ଶୂନ କରିବା । ଏମିତି କହିଛନ୍ତି ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ।

ଆହୁରି କହିଛନ୍ତି ଯେ, ସେମାନେ ଯଦି ଆସିବାକୁ ଚାହିଁବେ ତେବେ ସ୍ୱାଗତ। ଆମର ରାଜ୍ୟସଭାରେ ଆବଶ୍ୟକତା ଅଛି । ବିଜେପି ଯୋଉଦିନ ହୁଇସିଲ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯୋଉଦିନ ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ପାଣ୍ଡିଆନଙ୍କୁ ଛାଡିଦେଲେ ସେ ଦଳରେ ଗୋଟିଏ ବି ଲୋକ ରହିବେନି । ନବୀନ ପଟ୍ଟନାୟକ ମଧ୍ୟ ବିଜେପିକୁ ପଳେଇ ଆସିବେ । ସେ କଣ କରିବେ ଯଦି ସବୁ ଲୋକ ପଳେଇ ଆସିବେ, ସେ ବି ପଳେଇ ଆସିବେ ବୋଲି କହିଛନ୍ତି ଜୟନାରାୟଣ।

ଅପରପକ୍ଷେ ବିଜେପିକୁ କାଉଣ୍ଟର କରିଛନ୍ତି ବିଜେଡ଼ି ବିଧାୟକ ସାରଦା ଜେନା । କହିଛନ୍ତି, ବିଜେଡି କେବେ ଖାଲି ହେବନି। ଭାରତ ବର୍ଷରେ ବିଜେପି ଦଳ ଲୋକପ୍ରିୟତା ହରେଇଛି । ବିଜେଡିରୁ ଯେତେ ସୁବିଧାବାଦୀ ନେତା ଦଳ ଛାଡ଼ିବେ ବିଜେଡି ସେତେ ସୁଦୃଢ଼ ହେବ ।

Related Posts