ପାଲଲହଡା: ବିଷାକ୍ତ ଜଙ୍ଗଲୀ ଫୁଲ ଖାଇ ଗୋଟିଏ ପରିବାରର ୭ ଅସୁସ୍ଥ, ମେଡିକାଲରେ ଭର୍ତ୍ତି

ପାଲଲହଡା,3/12 (ସତ୍ୟପାଠ): ଅନଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖୁଲୁଡ଼ି ଆଦିବାସୀ ଗ୍ରାମରେ ଏକ ଅଭନୀୟ ଘଟଣା ସାମ୍ନାକୁ ଅସିଛି l ଜଙ୍ଗଲୀ ଫୁଲ କୁ ରୋଷେଇ କରି ଖାଇ ଗୋଟିଏ ପରିବାରର ମା ଓ ଶିଶୁଙ୍କ ସମେତ ସାତ ଜଣ ଗୁରୁତର ଅସୁସ୍ଥ ହୋଇଛନ୍ତି l ଅସୁସ୍ଥମାନଙ୍କୁ ଆଜି ସନ୍ଧ୍ୟାରେ ପାଲଲହଡା ଡାକ୍ତରଖାନାରେ ଭର୍ତି କରାଯାଇଛି l

ସୂଚନା ଅନୁସାରେ, ପାଲଲହଡାର ଖୁଲୁଡ଼ି ଆଦିବାସୀ ଗାଁର ଗଙ୍ଗା ହେମ୍ବ୍ରମ ଙ୍କ ଝିଅ ଗାଁ ନିକଟସ୍ଥ ଜଙ୍ଗଲରୁ କିଛି ଜଙ୍ଗଲୀ ଫୁଲ ସଂଗ୍ରହ କରି ରୋଷେଇ କରି ଖାଇବା ପାଈଁ ଘରକୁ ଆଣି ମାଆ କୁ ଦେଇ ଥିଲେ l ତେବେ ଅସୁସ୍ଥମାନେ ଅତ୍ୟଧିକ ଗରିବ ପରିବାରରୁ ହୋଇଥିବାରୁ ଏମାନେ ଗାଁ ନିକଟସ୍ଥ ଜଙ୍ଗଲରୁ ଜଙ୍ଗଲୀ ଫୁଲ, ଫଳମୂଳ ସବୁ ଦିନ ସଂଗ୍ରହ କରି ଖାଇଥାନ୍ତି ଆଜି ମଧ୍ୟ୍ୟ ଜଙ୍ଗଲୀ ଫୁଲକୁ ରୋଷେଇ କରି ମାଆ ହୀରାମଣି ନିଜେ ଖଇବା ସହିତ ନିଜ 6 ଛୁଆକୁ ଖାଇବାକୁ ଦେଇଥିଲେ l ଏହି ଜଙ୍ଗଲୀ ଫୁଲ ଅଧିକ ବିଷାକ୍ତ ହୋଇଥିବାରୁ ମା ହୀରାମଣିଙ୍କ ସମେତ ଶିଶୁ ରୋହିତ ହେମ୍ବ୍ରମ (8) ବାଦଲ ହେମ୍ବ୍ରମ (6) ଓ ଝିଅ କ୍ଷୀରଦିନି (13) ସୋନାଲି ହେମ୍ବ୍ରମ (11),ସୁଭଦ୍ରା ହେମ୍ବ୍ରମ (15),ହୀରାମଣି ହେମ୍ବ୍ରମ (30) ସମସ୍ତେ ଏକା ସାଙ୍ଗରେ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ l ତେବେ ଗାଁ ଲୋକଙ୍କ ସହାୟତାରେ ଗଙ୍ଗା ହେମ୍ବ୍ରମ 108 ସେବା ଗାଡିକୁ ଡକାଇ ଅସୁସ୍ଥଙ୍କୁ ପାଲଲହଡା ମେଡିକାଲ ଭର୍ତି କରିଥିଲେ l କାଯ୍ୟରତ ଡାକ୍ତର ଦିଲ୍ଲୀପ କୁମାର ଭୋଇ ସମସ୍ତ ଅସୁସ୍ଥ ମାନଙ୍କୁ ଚିକିତ୍ସା ଆରମ୍ଭ କରିଦେଇଥିଲେl ଚିକିତ୍ସାର ଏକ ଘଣ୍ଟା ପରେ ପରିବାର ସମସ୍ତ ସଦସ୍ୟ ବିପଦ ମୁକ୍ତ ଅଛନ୍ତି ବୋଲ ଡାକ୍ତର ପ୍ରକାଶ କରିଛନ୍ତି l

ରିପୋର୍ଟ: ସୁବ୍ରତ ଦାସ

Related Posts