ବିଜେଡି ଛାଡ଼ି ବିଜେପିରେ ମିଶିଲେ ବଡମ୍ବା ବ୍ଲକ ଅଧ୍ୟକ୍ଷ

ଭୁବନେଶ୍ୱର: (ସତ୍ୟପାଠ ବ୍ୟୁରୋ) ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କୁ ବଡ଼ ଝଟକା | ବିଜେପିରେ ମିଶିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି। ସେ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ଦଳରେ ମିଶିଛନ୍ତି। ରଘୁପତି ମହାନ୍ତିଙ୍କ ସହ ତାଙ୍କର କେତେକ ସମର୍ଥକ ବି ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବଡମ୍ବା ବିଧାୟକ ବିଜୟ ଦଳ ବେହେରାଙ୍କ ଉପସ୍ଥିତିରେ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ କରିଛନ୍ତି।

ତେବେ ଆଜି ସକାଳେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଥିଲେ। ସେ ଦର୍ଶାଇଥିଲେ ଯେ ଲୋକଙ୍କ ହିତ ଦୃଷ୍ଟରୁ ଦଳ ଛାଡ଼ିଛନ୍ତି। ତେବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଭିନ୍ନ ସ୍ଥାନରେ ପଂଚାୟତ ପ୍ରତିନିଧି ମାନେ ବିଜେଡି ଛାଡି ବିଜେପିରେ ମିଶୁଥିବା ବେଳେ ଏହି କ୍ରମରେ ବଡମ୍ବା ବ୍ଲକ ଅଧକ୍ଷ ମଧ୍ୟ ବିଜେପିରେ ମିଶିଛନ୍ତି | ତାଙ୍କ ମିଶ୍ରଣ ବଡମ୍ବା ବିଜେଡିକୁ ବଡ଼ ଝଟକା ଦେଇଛି |

Related Posts