ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାଡ଼ଖଣ୍ଡରେ JMM-କଂଗ୍ରେସ ମେଣ୍ଟ ଜବରଦସ୍ତ ବିଜୟ ସହିତ ପୁଣି ସରକାର ଗଢିବାକୁ ଯାଉଛି | କୁହାଯାଉଛି ଏଠାରେ ବିଜେପିର ସବୁ ରଣନୀତି ଫେଲ ମାରିଲା | ଇଣ୍ଡିଆ ମେଣ୍ଟ ପ୍ରତି ଲୋକଙ୍କ ସମର୍ଥନ ଥିଲେ ମଧ୍ୟ ଓଡ଼ିଶାର କଂଗ୍ରେସ ପ୍ରଭାରୀ ଅଜୟ କୁମାର କିନ୍ତୁ ଜିତିବାକୁ ସକ୍ଷମ ହୋଇ ନାହାନ୍ତି। ଅଜୟ କୁମାର ଏଥର ଝାଡ଼ଖଣ୍ଡର ଜାମସେଦପୁର ଇଷ୍ଟ ଆସନରୁ ନିର୍ବାଚନ ଲଢୁଥିଲେ | ତାଙ୍କ ସାମ୍ନାରେ ଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ବୋହୂ ପୁର୍ଣିମା ସାହୁ | ପୁର୍ଣିମା ନବାଗତ ହୋଇଥିବା ବେଳେ ବିଜେପି ଟିକେଟରେ ମୈଦାନ କୁ ଓହ୍ଲାଇଥିଲେ | ଅଜୟ କୁମାର ଜଣେ ଜାତୀୟ ସ୍ତରର ନେତା ହୋଇଥିବାରୁ ପୂର୍ଣ୍ଣିମାଙ୍କୁ ସହଜରେ ହରାଇ ଦେବେ ବୋଲି ମଧ୍ୟ କୁହାଯାଉଥିଲା। ହେଲେ ଅଜୟଙ୍କୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡିଛି |
ସେ ୪୨ ହଜାରରୁ ଅଧିକ ଭୋଟରେ ପୂର୍ଣ୍ଣିମାଙ୍କ ଠାରୁ ହାରିଛନ୍ତି। ପୂର୍ଣ୍ଣିମା ୧,୦୭,୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ଅଜୟ କୁମାରଙ୍କୁ ୬୪,୩୨୦ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ପୂର୍ଣ୍ଣିମା ଜାମସେଦପୁର ଇଷ୍ଟ ଆସନରେ ୪୨,୮୭୧ ଖଣ୍ଡ ଭୋଟରେ ଅଜୟ କୁମାରଙ୍କୁ ହରାଇଛନ୍ତି।