ସସପେଣ୍ଡ୍ ହେଲେ Hindu IAS officers ହ୍ୱାଟସ୍ ଆପ୍ ଗ୍ରୁପ୍‌ ବନେଇଥିବା କେରଳ ଆଏଏସ ଅଫିସର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହ୍ୱାଟସ୍ ଆପ୍ ଗ୍ରୁପ୍‌ ଖୋଲି ସସପେଣ୍ଡ୍ ହେଲେ IAS ଅଫିସର | Mallu Hindu IAS officers ଓ Mallu Muslim IAS officers ନାମରେ ଦୁଇଟି ହ୍ୱାଟସ୍ ଆପ୍ ଗ୍ରୁପ୍‌ ଖୋଲି ସସପେଣ୍ଡ୍ ହୋଇଛନ୍ତି କେରଳ ଇଣ୍ଡଷ୍ଟ୍ରିଜ୍ ଏବଂ ବାଣିଜ୍ୟ ନିର୍ଦ୍ଦେଶକ କେ ଗୋପାଳକୃଷ୍ଣନ୍ | ଗୋପାଳକୃଷ୍ଣନ୍ ଙ୍କ ବିରୋଧରେ ତଦନ୍ତ ପରେ ମୁଖ୍ୟ ଶାସନ ସଚିବ ଶାରଦା ମୁରଲିଧରନ ଦେଇଥିବା ରିପୋର୍ଟକୁ ଆଧାର କରି ତାଙ୍କୁ ସସପେଣ୍ଡ୍ କରାଯାଇଛି |

ସୂଚନା ଅନୁସାରେ ଗୋପାଳକୃଷ୍ଣନ୍ ଦୀପାବଳିରେ Mallu Hindu IAS officers ଓ Mallu Muslim IAS officers ନାମରେ ଦୁଇଟି ହ୍ୱାଟସ୍ ଆପ୍ ଗ୍ରୁପ୍‌ ବନେଇଥିଲେ | ଏଥିରେ ସେ କିଛି ହିନ୍ଦୁ ଓ ମୁସଲିମ IAS ଅଧିକାରୀଙ୍କୁ ଆଡ୍ କରିଥିଲେ | ହେଲେ ପରେ ସେ ତାଙ୍କ ଫୋନ କେହି ହ୍ୟାକ କରି ଏହି ଗ୍ରୁପ ତିଆରି କରିଥିବା ଦାବି କରିଥିଲେ | ଏନେଇ ସେ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ | ପୋଲିସ ତାଙ୍କ ଫୋନକୁ ଜବତ କରି ଫରେନସିକ ଲ୍ୟାବକୁ ପଠାଇଥିଲା, ଏଥିସହିତ ହ୍ୱାଟସ୍ ଆପ୍ ଅଧିକାରୀଙ୍କୁ ମଧ୍ୟ ଏନେଇ ତଥ୍ୟ ମଗାଯାଇଥିଲା |

ହେଲେ ମୁଖ୍ୟ ଶାସନ ସଚିବ ଦେଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଉଭୟ ଫରେନସିକ ଲ୍ୟାବ ଓ ହ୍ୱାଟସ୍ ଆପ୍ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଗୋପାଳକୃଷ୍ଣନ୍ ଙ୍କ ଫୋନ ହ୍ୟାକ ହୋଇଥିବା ନେଇ କୌଣସି ତଥ୍ୟ ମିଳିନାହିଁ | ତେଣୁ ଏଭଳି ବିବାଦୀୟ ହ୍ୱାଟସ୍ ଆପ୍ ଗ୍ରୁପ୍‌ ବନାଇଥିବାରୁ ଗୋପାଳକୃଷ୍ଣନ୍ ଙ୍କୁ କେରଳ ସରକାର ସସପେଣ୍ଡ୍ କରିଛନ୍ତି |

ସେପଟେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏନ ପ୍ରଶାନ୍ତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ଜୟତିଲକଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିବା ସହ ବହୁ ଅଧିକାରୀଙ୍କୁ ସେମାନଙ୍କ କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଏନ ପ୍ରଶାନ୍ତଙ୍କୁ ମଧ୍ୟ କେରଳ ସରକାର ସସପେଣ୍ଡ୍ କରିଛନ୍ତି |

Related Posts