‘୩ ମାସ ହେଲା ଦିଆଯାଇନଥିଲା ଚାଉଳ’: ଆମ୍ବଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ବିଜୟଙ୍କ ଟାର୍ଗେଟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ବିଜୟ ମହାପାତ୍ର । ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ବିଜୟ ମହାପାତ୍ର କହିଛନ୍ତି, ସେଠାକାର ଲୋକଙ୍କୁ ଗତ ୩ମାସ ହେବ ସରକାରୀ ଚାଉଳ ମିଳିନଥିଲା । ପ୍ରତ୍ୟେକ ମାସରେ ଚାଉଳ ବଣ୍ଟନ ପାଇଁ ବ୍ୟବସ୍ଥା ରହିଛି, କିନ୍ତୁ ୩ମାସ ହେବ କାହିଁକି ଚାଉଳ ମିଳିନଥିଲା ବୋଲି ପ୍ରଶ୍ନ କରିଛନ୍ତି ବିଜୟ ।

ଆମ୍ବ ଟାକୁଆ ଖାଇବା ଆଦିବାସୀଙ୍କ ପରମ୍ପରା ନୁହେଁ । ଭୋକର ଜ୍ୱାଳା ବଢିବାରୁ ଆମ୍ବ ଟାକୁଆ ଖାଆନ୍ତି ଆଦିବାସୀ ଲୋକେ । ଆମ୍ବ ଟାକୁଆ ଖାଇବା କିଛି ନୂଆ କଥା ନୁହେଁ କିନ୍ତୁ ଆମ୍ବ ଟାକୁଆ ଯାଉ ଖାଇ ମୃତ୍ୟୁବରଣ କରିବା ଅଭାବନୀୟ ଘଟଣା । ଲୋକଙ୍କ ପାଖରେ ଠିକ୍ ଭାବେ ସରକାରୀ ଚାଉଳ ପହଞ୍ଚୁନି । ଲକେ ୩ମାସ ହେବ ଭଲରେ ଗଣ୍ଡେ ଖାଇନାହାନ୍ତି । ଯେଉଁଥିପାଇଁ ଆଦିବାସୀ ଲୋକ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଉଛନ୍ତି । ପିଇବା ପାଣି ବି ବଡ ସମସ୍ୟା ପାଲଟିଛି । ଝରଣା ପାଣି ପିଇ ମଧ୍ୟ ଲୋକେ ରୋଗରେ ପଡୁଛନ୍ତି । ପାହାଡ ଓ ପାହାଡ ତଳି ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ପାଇଁ ସେଠାରେ ମେଡିକାଲ କ୍ୟାମ୍ପର ବ୍ୟବସ୍ଥା ରହିଛି । ସେଠାରେ ଏପରି ଅବସ୍ଥା ସୃଷ୍ଟି ହୋଇଛି ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିହେବନି ।

ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ ଘଟଣାକୁ ନେଇ ନେତା ରାଜନୀତି କରୁଛନ୍ତି । ରାଜନୈତିକ ବୟାନବାଜୀ କରୁଛନ୍ତି । ବର୍ତ୍ତମାନ ସମୟରେ ବୟାବାଜୀ ନକରି ସେଠାକୁ ଯାଇ ଲୋକଙ୍କ ସମସ୍ୟା ବୁଝିଲେ ଭଲ ହୁଅନ୍ତା ବୋଲି କହିଛନ୍ତି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ।

Related Posts