ମନ୍ତ୍ରୀ ଆସିବା ପୂର୍ବରୁ ଉଦଘାଟନ ଫଳକ ଭାଙ୍ଗିଦେଲେ ପାଲଲହଡା ବିଜେଡି ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାଲଲହଡାରେ ତେଜିଲା ଫଳକ ଭଙ୍ଗା ରାଜନୀତି, ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଭାଙ୍ଗିଦେଲେ ବିଜେଡି ବ୍ଲକ ଅଧ୍ୟକ୍ଷା | ଫଳକ ରେ ନିଜ ନାଁ ନଥିବା ରୁ ବିଜେଡି ବ୍ଲକ ଅଧକ୍ଷା ଓ ଜିଲ୍ଲା ପରିଷଦ ସଦସ୍ୟ ମାନେ ଉଦଘାଟନ ପୂର୍ଵରୁ ଫଳକକୁ ଭାଙ୍ଗି ଦେଇଛନ୍ତି | ତେବେ ଆଜି ପାଲଲହଡା ଡାକ୍ତରଖନା ପରିସରରେ ପୂର୍ତ୍ତ ବିଭାଗ ପକ୍ଷରୁ 96 ଲକ୍ଷ୍ୟ ଟଙ୍କା ବିନିମୟ ରେ ନୂତନ ଆହାର କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ ହେବାର ଥିଲା | ଉଦଘାଟନ ପାଇଁ ମୁଖ୍ୟ ଅଥିତି ଭାବେ ପଂଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସ୍ଥାନୀୟ ବିଜେପି ବିଧାୟକ ଅଶୋକ ମହାନ୍ତି ଯୋଗଦେବାର ଥିଲା | ହେଲେ ଉଦଘାଟନୀ ଫଳକରେ ବ୍ଲକ ଅଧ୍ୟକ୍ଷାଙ୍କ ନାଁ ନଥିଲା | ଏନେଇ ଖବର ପାଇ ବ୍ଲକ ଅଧକ୍ଷା ରୀନା ରାଣୀ ନାୟକ, ଜିଲ୍ଲା ପରିଷଦ ସଭ୍ୟା, ସାବିତ୍ରୀ ମାଝୀ, ବୁଧୁରାମ ବୈପାଇ ଓ ଶତାଧିକ ବିଜେଡି କର୍ମୀ ହଠାତ ଡାକ୍ତରଖାନା ପରିସରରେ ପହଂଚି ଉଦ୍ଘାଟନ ହେବାକୁ ଥିବା ଫଳକ କୁ ଭାଙ୍ଗି ଚୁରମାର କରି ଦେଇଥିଲେ |

ପୋଲିସ ବାରମ୍ବାର ବୁଝଇ ଥିଲେ ସୁଦ୍ଧା ଅଶାନ୍ତ ବିଜେଡି କର୍ମୀ ମାନଙ୍କୁ ଶାନ୍ତ କରି ପାରିନଥିଲେ | ସ୍ୱଳ୍ପ ସଂଖ୍ୟକ ପୋଲିସ ଉପସ୍ଥିତରେ ବିଜେଡି କର୍ମୀ ଫଳକକୁ ଭଙ୍ଗା ରୁଜା କରିବା ସହିତ ନାରା ବାଜି ଦେଇ ଚାଲି ଯାଇ ଥିଲେ | ଏନେଇ ବ୍ଲକ ଅଧକ୍ଷା ରୀନା ରାଣୀ ନାୟକ କହିଛନ୍ତି ଯେ, ଉଦଘାଟନ ହେବାକୁ ଥିବା ପ୍ରକଳ୍ପ ସବୁ ନବୀନ ସରକାରଙ୍କ ଅବଦାନ | ହେଲେ ଏ କାର୍ଯ୍ୟକ୍ରମ ନେଇ ଆମକୁ କୌଣସି ସୂଚନା ଦିଆଯାଇନଥିଲା | ବାହ୍ୟ ସୂତରୁ ଖବର ପାଇ ଅପମାନିତ ଅନୁଭବ କରିବାରୁ ଫଳକକୁ ଆସି ଭାଙ୍ଗିଦେଲୁ | ତେବେ ଏନେଇ ସ୍ଥାନୀୟ ବିଧାୟକ କିମ୍ବା ବିଜେପିର କୌଣସି ପ୍ରତିକ୍ରିୟା ମିଳିପାରିନଥିବା ବେଳେ ବ୍ଲକ ଅଧକ୍ଷାଙ୍କ ଫଳକ ଭଙ୍ଗା ଘଟଣାକୁ ନେଇ ପାଲଲହଡା ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l

Related Posts