‘ସନ୍ଧ୍ୟା ସୁଦ୍ଧା ଶେଷ ହେବ ପୁନରୁଦ୍ଧାର କାର୍ଯ୍ୟ’ : ରାଜସ୍ବ ମନ୍ତ୍ରୀ

 

ଭୁବନେଶ୍ୱର,୨୬/୧୦(ସତ୍ୟପାଠ ବ୍ୟୁରୋ):  ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟା କ୍ଷତିଗ୍ରସ୍ତଙ୍କ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଯିବ ବୋଲି  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବନ୍ୟା ସ୍ଥିତି ନାହିଁ। ତେବେ ବର୍ଷା ଚିନ୍ତା ବଢ଼ାଇଛି | ଜିରୋ କାଜୁଆଲିଟି ମଣିଷ ସହ ପଶୁଙ୍କୁ ସୁରକ୍ଷିତ ରଖାଜାଇଛି। ଏହି ସମୟରେ ୨୨୦୦ ଗର୍ଭବତୀ ସୁରକ୍ଷିତ ପ୍ରସବ କରିଛନ୍ତି। ଭିତରକନିକା ଗଛମାନଙ୍କୁ ଧନ୍ୟବାଦ। କାରଣ ଗଛ ନଥିଲେ ବାତ୍ୟା ପ୍ରକୋପ ଅଧିକ ହୋଇଥାନ୍ତା ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଘର ଆଂଶିକ ଓ ସମ୍ପୂର୍ଣ୍ଣ ଭାଙ୍ଗିଛି ତ ସଂପୂର୍ଣ୍ଣ ପକ୍କା ଘର ଯୋଗାଇଦିଆଯିବ | ଦୁଇଟି ଟାୱାର ନଷ୍ଟ ହୋଇଛି | ଗୋଟିଏ ଗାଈ ସାପ କାମୁଡ଼ାରେ ମରିଛନ୍ତି | ଗୋଟିଏ ହେଲେ ଚୋରି ଓ ଅସଦାଚରଣର ରିପୋର୍ଟ ଆସିନାହିଁ | ଚୂଡାନ୍ତ ରିପୋର୍ଟ ୭ ଦିନ ଭିତରେ ପଠାଇବୁ | ଏଥିନିମନ୍ତେ ସର୍ଭେ ପାଇଁ କେନ୍ଦ୍ରରୁ ଟିମ ଆସିବେ | ଅଦ୍ୟାବଧି ୨୨ ଲକ୍ଷ ଲୋକଙ୍କୁ ବିଜୁଳି ସଂଯୋଗ ସରିଲାଣି | ଆଜି ସନ୍ଧ୍ୟା ସୁଦ୍ଧା ବିଦ୍ୟୁତ ସଂଯୋଗ ସମ୍ପୂର୍ଣ୍ଣ ହେବ | ୭ ଦିନ ପର୍ଯ୍ୟନ୍ତ ରିଲିଫ ସେଣ୍ଟରରେ ଲୋକଙ୍କ ରହିବା ଓ ଖାଇବା ପାଇଁ ବ୍ୟବସ୍ଥା ହୋଇଛି | ପଶୁମାନଙ୍କୁ ଭ୍ୟାକସିନ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି | ବନ୍ୟା ପାଇଁ ମୟୁରଭଞ୍ଜ ବୁଢାବଳଙ୍ଗ ଉପରେ ଆମେ ନଜର ରଖିଛୁ | 

ଅନ୍ୟପଟେ ୪ ଜଣ ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ୩ ଜଣ ପିଇଓ ଓ ଜଣେ ଆର ଆଇଙ୍କୁ ନିଲମ୍ବିତ କରାଯାଇଛି। ଯେଉଁମାନେ ଖିଲାଫ କରୁଛନ୍ତି ତାଙ୍କୁ କ୍ଷମା ନାହିଁ | ଏବଂ ଭଲ କାର୍ଯ୍ୟ କରୁଥିବା ଲୋକଙ୍କୁ ପୁରସ୍କୃତ କରାଯିବ | ଆଜି ଏରିୟଲ ସର୍ଭେ କରାଯିବ | ଏହାପରେ ଲୋକଙ୍କୁ ଥଇଥାନ କରିବା କାମରେ ଲାଗିବୁ | ନିଖୁଣ ସର୍ଭେ ପାଇଁ ଜିଲ୍ଲାପାଳ ଓ ୪ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି | ଯାହାର କ୍ଷୟ କ୍ଷତି ହୋଇଛି ଯେମିତି ବାଦ ନ ପଡ଼ିବେ ସେଥି ପାଇଁ କଡ଼ା ନିର୍ଦ୍ଦେଶ ରହିଛି।

Related Posts