ବାତ୍ୟା ପରେ ଆସନ୍ତା ୨ ଦିନ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ

 

ଭୁବନେଶ୍ୱର,୨୫/୧୦(ସତ୍ୟପାଠ ବ୍ୟୁରୋ):  ଲ୍ୟାଣ୍ଡଫଲ କରି ସାରିଛି ବାତ୍ୟା ଦାନା । ସ୍ଥିତି ସୁଧାରିବାକୁ ଲାଗି ପଡିଛନ୍ତି ସରକାର। ବିଦ୍ୟୁତ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ଅସୁବିଧାକୁ ଶୀଘ୍ର ଦୂର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟର ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଛି । ଏନେଇ ବାତ୍ୟା ‘ଦାନା’ ପ୍ରଭାବିତ ଜିଲାରେ ଫସଲର କ୍ଷୟକ୍ଷତି ଆକଳନ ପାଇଁ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।

୨୬ ଓ ୨୭ ତାରିଖ ଦୁଇ ଦିନ କୃଷି ବିଭାଗ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ବିଭାଗ ପକ୍ଷରୁ ପ୍ରକାଶ ହୋଇଥିବା ଚିଠିରେ, ଆବଶ୍ୟକ ଅନୁସାରେ ଡ୍ୟୁଟି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Related Posts