ବାତ୍ୟା ଦାନା ପାଇଁ ଆଜି ସନ୍ଧ୍ୟା ୫ରୁ ୧୬ ଘଣ୍ଟା ବନ୍ଦ ରହିବ ବିମାନ ଚଳାଚଳ

ଭୁବନେଶ୍ୱର,୨୪/୧୦(ସତ୍ୟପାଠ ବ୍ୟୁରୋ):  ବାତ୍ୟା ‘ଦାନା’ ପାଇଁ ବିମାନ ଉଡାଣକୁ ବାତିଲ କରାଯାଇଛି । ଆଜି ସନ୍ଧ୍ୟା ୫ଟାରୁ ଆସନ୍ତାକାଲି ୯ଟା ପର୍ଯ୍ୟନ୍ତ ଭୁବନେଶ୍ବର ବିମାନ ବନ୍ଦରକୁ ଉଡାଣ ବନ୍ଦ ରହିବ । ବାତ୍ୟା ପାଇଁ ୪୦ଟି ବିମାନ ବାତିଲ ହୋଇଛି । ୨୫ ତାରିଖରେ ପାଣିପାଗରେ ପରିବର୍ତ୍ତନ ଦେଖି ନିଷ୍ପତ୍ତି ନିଆଯିବ । ତେଣୁ ଯାତ୍ରୀମାନେ ଘରୁ ଆସିବା ବେଳେ ବିମାନ ଉଡାଣର ଷ୍ଟାଟସ ଦେଖି ଆସିବା ଉଚିତ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ ।

ଆଜି ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ଚଳାଚଳ ବନ୍ଦ । ବାତ୍ୟା ଦାନା ପାଇଁ ୪୦ଟି ବିମାନ ବାତିଲ । ଭୁବନେଶ୍ବରରେ ୭୦ରୁ ୮୦ କିମି ବେଗରେ ପବନ ବହିପାରେ । ବିମାନ ଚଳାଚଳ ପାଇଁ ଏହା ସୁରକ୍ଷିତ ନୁହେଁ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିମାନ ଚଳାଚଳ ବାତିଲ ପାଇଁ ନିଷ୍ପତ୍ତି । ଶୁକ୍ରବାର ସକାଳେ ପାଣିପାଗକୁ ଦୃଷ୍ଟିରେ ରଖି ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ।

Related Posts