ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଉମର ଅବଦୁଲ୍ଲା

 

ଭୁବନେଶ୍ୱର,୧୬/୧୦(ସତ୍ୟପାଠ ବ୍ୟୁରୋ):  କେନ୍ଦ୍ର ଶାସିତ ଅଞ୍ଚଳ ହେବା ପରେ ଜମ୍ମୁ ଓ କାଶ୍ମୀର ର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ଓମାର ଅବଦୁଲ୍ଲା। ଧାରା ୩୭୦ ଉ‌ଚ୍ଛେଦ ହେବା ପରଠାରୁ ଏହି ଅଞ୍ଚଳର ପ୍ରଥମ ବିଧାନସଭା ନିର୍ବାଚନରେ ​​ତାଙ୍କ ନେସ୍‌ନାଲ୍‌ କନ୍‌ଫରେନ୍ସ ଦଳ ବିଜୟ ଲାଭ କରିଥିବା ବେଳେ ସେ ଆଜି ଶପଥ ଗ୍ରହଣ କରିଛନ୍ତି। ଆଜି ସେର-ଆଇ-କାଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର (ଏସ୍‌କେଆଇସିସି)ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା । ଜମ୍ମୁ-କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ସକାଳ ୧୧ଟା ରେ ଓମାର ଅବଦୁଲ୍ଲା ଶପଥ ଗ୍ରହଣ କରିଛନ୍ତି । ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ଧାରା ୩୭୦ ହଟିବା ପରେ ପ୍ରଥମ ନିର୍ବାଚିତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଓମାର ଅବଦୁଲ୍ଲା। ମୋଟ ୯୦ ଆସନରୁ ଏନସି-କଂଗ୍ରେସ ମେଣ୍ଟ ୪୮ ଆସନ ଜିତିଥିବାବେଳେ ମୋଟ ୫୫ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ ଓମାର ଅବଦୁଲ୍ଲା।

Related Posts